ପୋଖରୀରୁ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର

Spread the love
ଭଦ୍ରକ, ୦୫/୧୨ (ସନ୍ଧାନ ନିୟୁଜ୍) ଭଦ୍ରକ ଜିଲା ଧାମନଗର ଥାନା ଖଡ଼ିପଦା ପଞ୍ଚାୟତ ସ୍ଥିତ କାଞ୍ଜିଆପାଳ ଗାଁରେ ଥିବା ଏକ ପୋଖରୀରୁ ରବିବାର ଜଣେ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର ହୋଇଛି। ବୃଦ୍ଧଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ମୃତକଙ୍କ ନାଁ ପୂର୍ଣ୍ଣଚନ୍ଦ୍ର ପୃଷ୍ଟି। ପୁଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁସାରେ, ପୂର୍ଣ୍ଣଚନ୍ଦ୍ର ଗାଁ ନିକଟସ୍ଥ ଜମିରେ ପରିବା ଚାଷ କରିଥିଲେ। ଗତକାଲି ରାତିରେ ସେ ସେଠାକୁ ଜଗିବାକୁ ଯାଇଥିଲେ। ମାତ୍ର ଆଜି ସକାଳେ ଜମି ନିକଟରେ ଥିବା ପୋଖରୀରେ ତାଙ୍କ ମୃତଦେହ ଭାସୁଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ପୁଲିସକୁ ଖବର ଦେଇଥିଲେ। ପୂର୍ଣ୍ଣଚନ୍ଦ୍ରଙ୍କ ଦେହରେ କ୍ଷତ ଚିହ୍ନ ଥିବାରୁ ତାଙ୍କୁ କେହି ପିଟି ପିଟି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। REPORT- PRASANTA SAMAL

Related Posts

About The Author

Add Comment