ପୋଖରୀରୁ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର; ହତ୍ୟା ସନ୍ଦେହ

Spread the love

ଯାଜପୁର ୦୬/୦୩ (ସନ୍ଧାନ ନିୟୁଜ): ଜାତୀୟ ରାଜପଥ ୨ର ମନଟ ଛକ ନିକଟ ଏକ ପୋଖରୀରୁ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ସେମାଙ୍କୁ ହତ୍ୟା କରାଯାଇ ପୋଖରୀ ଭିତରେ ଫୋପାଡ଼ି ଦିଆଯାଇଥିବା ସନ୍ଦେହ କରାଯାଉଛି । ପୋଖରୀ ଭିତରୁ ଏକ ବାଇକ୍ ଜବତ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଟାଉନ ବରୁହାଁ ୨୦ ନଂ ଜାତୀୟ ରାଜପଥ ରାସ୍ତାର କବୀରପୁରଠାରେ ।ସୂଚନାଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ ଏକ ପଲସର ବାଇକ୍‌ରେ ଯିବାବେଳେ ଗାଡି ସହ ପ୍ରାୟ ୩୦ ଫୁଟ୍‌ ଗଭୀର ଏକ ପୋଖରୀକୁ ଖସିପଡ଼ିଥିଲେ । ରାତି ହୋଇଥିବା ଯୋଗୁଁ ଅନ୍ୟ ଯାତ୍ରୀ କିମ୍ବା ସ୍ଥାନୀୟ ଲୋକେ ଦେଖିପାରିନଥିଲେ । ଆଜି ସକାଳେ ସ୍ଥାନୀୟ ଲୋକେ ପୋଖରୀରେ ଏକ ହେଲମେଟ୍ ଏବଂ ପୋଖରୀ କୂଳରେ ଏକ ବାଇକ୍‌ ପଡ଼ିଥିବା ଦେଖିଥିଲେ । ଦୁଇ ମୃତକ ହେଉଛନ୍ତି ଅଭିଜିତ ଉପାଧ୍ୟାୟ (୨୧) ଓ ସୁଶୀଲ ରାୟ (୨୫) । ପରେ ଏନେଇ ସଦର ଥାନାକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ଗ୍ରାମବାସୀଙ୍କ ଖୋଜାଖୋଜି ବେଳେ ପୋଖରୀରୁ ଦୁଇ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Related Posts

About The Author

Add Comment