ସମ୍ବଲପୁର/ସନ୍ଧାନ ନ୍ୟୁଜ: ପଶ୍ଚିମ ଓଡ଼ିଶା ବିଦ୍ୟୁତ ବିତରଣ କମ୍ପାନୀ ଟିପି ୱେଷ୍ଟର୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲ୍ୟୁଓଡିଏଲ୍) ପକ୍ଷରୁ ସୋମବାର ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଗତ ଫେବୃୟାରୀ ମାସ ପାଇଁ ‘ପେ ଆଣ୍ଡ ୱିନ୍ ସ୍କ୍ରିମ’ର ଭାଗ୍ୟଶାଳୀ ବିଜେତାମାନଙ୍କ ଚୟନ ଅନଲାଇନ୍ ମାଧ୍ୟମରେ କରାଯାଇଥିଲା। ସାମ୍ବାଦିକ ସମ୍ମିଳନୀ ସମ୍ବଲପୁର ସ୍ଥିତ ଟିପିଡବ୍ଲ୍ୟୁଓଡିଏଲ୍ କମର୍ସିଆଲ୍ ବିଭାଗର ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରବୀଣ କୁମାର ବର୍ମାଙ୍କଙ୍କ ସହ ଅନ୍ୟ ବିଭାଗର ମୁଖ୍ୟ ଉପସ୍ଥିତ ଥିଲେ। ଉଲ୍ଲେଖଯାଗ୍ୟ ଯେ, ଚଳିତ ମାର୍ଚ୍ଚ ମାସରୁ ଭାଗଶାଳୀ ବିଜେତାଙ୍କ ସଂଖ୍ୟା ଦୁଇଗୁଣିତ ହେବା ନେଇ କମ୍ପାନୀର ସିଇଓ ପ୍ରବୀଣ ବର୍ମା ଘୋଷଣା କରିଥିଲେ। ଚଳିତ ମାର୍ଚ୍ଚ ମାସ ପାଇଁ ଭାଗ୍ୟଶାଳୀ ବିଜେତାଙ୍କ ସଂଖ୍ୟା ପ୍ରତି ସବଡି ଭିଜନ୍ରେ ୩ ବଦଳରେ ୬ ହେବ। ଟିପିଡବ୍ଲ୍ୟୁଓଡିଏଲର ସମସ୍ତ ୫୭ଟି ବିଦ୍ୟୁତ୍ ଉପଖଣ୍ଡରେ ମୋଟ୍ ଭାଗ୍ୟଶଳୀ ବିଜେତାଙ୍କ ସଂଖ୍ୟ ୩୪୨ ହେବ ବୋଲି ସୂଚନା ଦିଆଯାଇଛି।ଗତ ଫେବୃୟାରୀ ମାସ ପାଇଁ ଏହି ଯୋଜନା ଅଧୀନରେ ସମଗ୍ର ପଶ୍ଚିମ ଓଡ଼ିଶାରୁ ୫ ଲକ୍ଷ ୫୦ ହଜାର ୫୮୫ ଜଣ ବିଦ୍ୟୁତ ଉପଭୋକ୍ତା ଯୋଗ୍ୟ ବିବେଚିତ ହୋଇଥିଲେ। ସ୍ବୟଂ ଚାଳିତ କମ୍ପ୍ୟୁଟର ଦ୍ଵାରା ଦ୍ଵାରା ଲକି ଡ୍ର ମାଧ୍ୟମରେ ୫୭ଟି ଉପଖଣ୍ଡରୁ ୧୭୧ ଜଣ ବିଦ୍ୟୁତ ଉପଭୋକ୍ତାଙ୍କୁ ବିଜେତା ଭାବେ ଚୟନ କରାଯାଇଥିଲା ଇଥିଲା। ବିଜେତାଙ୍କ ମଧ୍ୟରେ ବଲାଙ୍ଗିର ମଣ୍ଡଳର ୧୧ଟି ଉପଖଣ୍ଡ ଉପଖଣ୍ଡରୁ ୩୩ ଜଣ, ବରଗଡ଼ ମଣ୍ଡଳର ୯ଟି ଉପଖଣ୍ଡରୁ ୨୭ ଜଣ, କଳାହାଣ୍ଡି ମଣ୍ଡଳର ୧୦ଟି ଉପଖଣ୍ଡରୁ ୩୦ ଜଣ, ରାଉରକେଲା ମଣ୍ଡଳର ୧୩ଟି ଉପଖଣ୍ଡରୁ ୩୯ ଏବଂ ସମ୍ବଲପୁର ମଣ୍ଡଳର ୧୪ଟି ଉପଖଣ୍ଡରୁ ୪୨ ଜଣ ବିଜେତାଙ୍କ ନାମ ଚୟନ କରାଯାଇଥିଲା। ସମସ୍ତ ବିଜେତାଙ୍କୁ ଆଗାମୀ ୭ ଦିନ ମଧ୍ୟରେ ନିକଟସ୍ତ ଟିପିଡବ୍ଲ୍ୟୁଓଡିଏଲ୍ କାର୍ଯ୍ୟାଳୟକୁ ନିମନ୍ତ୍ରଣ କରି ପୁରଷ୍କାର ପ୍ରଦାନ କରାଯିବ। ସମସ୍ତ ଉପଭୋକ୍ତା ନାମ କମ୍ପାନୀର ୱେବେସାଇଟରେ ମଧ୍ୟ ଉପଲବ୍ଧ କରାଯିବ ବୋଲି ସୂଚନା ଦିଆଯାଇଛି।
ପେ ଆଣ୍ଡ ୱିନ୍ ରେ ୧୭୧ ଜଣ ଭାଗ୍ୟଶାଳୀ ବିଜେତା
|
March 18, 2025 |
