ବାଲିଗୁଡ଼ା, 21/9 (ସନ୍ଧାନ ନ୍ୟୁଜ୍/ଲିଙ୍ଗରାଜ ପଣ୍ଡା) :- ପେଟର ଭୋକ ଆଗରେ ସବୁ ଯୋଜନା ଫେଲ୍ ମାରିଛି। ବାଧ୍ୟ କରିଛି ପୁଣିଥରେ ଶହ ଶହ ପ୍ରବାସୀମାନଙ୍କୁ ନିଜ ଭିଟାମାଟି ଛାଡ଼ି ଫେରିବା ପାଇଁ। ଏଭଳି ଏକ ଦୃଶ୍ୟ ଦେଖାଯାଇଛି କନ୍ଧମାଳ ଜିଲା ବାଲିଗୁଡ଼ା ଓ ଅନ୍ୟ କେତେକ ଅଞ୍ଚଳରେ। କରୋନା କଟକଣା ଯୋଗୁଁ ଯେଉଁ ପ୍ରବାସୀମାନେ ନାନା ଦୁଃଖ କଷ୍ଟରେ ଫେରିଥିଲେ ବର୍ତ୍ତମାନ ସେମାନେ ନିଜ ନିଜ ଅଞ୍ଚଳରେ କୌଣସି ପ୍ରକାର ସ୍ଥାୟୀ କାମଧନ୍ଦା ନ ମିଳିବା ଯୋଗୁଁ ବାଧ୍ୟ ହୋଇ ଫେରିବା ଆରମ୍ଭ କରିଛନ୍ତି। ବାଲିଗୁଡ଼ା ବସଷ୍ଟାଣ୍ଡରୁ କେରଳକୁ ଏକ ବସ୍ ଯାଇଛି। ଯେଉଁଥିରେ ବାଲିଗୁଡ଼ା, କୋଟଗଡ଼, ତୁମୁଡ଼ିବନ୍ଧ ଓ କ.ନୂଆଗାଁ ଆଦି ଅଞ୍ଚଳର ୩୦ ଜଣ ପ୍ରବାସୀ ଫେରିଥିବାର ଦେଖାଯାଇଛି। ତେବେ ଏ ସଂପର୍କରେ ସ୍ଥାନୀୟ ପ୍ରଶାସନ ନିକଟରେ କୌଣସି ପ୍ରକାର ଖବର ନଥିବା ଜଣାପଡ଼ିଛି। ପ୍ରକାଶଯେ, କନ୍ଧମାଳ ଜିଲାର ବହୁ ଯୁବକ ଓ ଯୁବତୀ ପରିବାର ପ୍ରତିପୋଷଣ ପାଇଁ କେରଳ, ଚେନ୍ନାଇ, ବମ୍ବେ, ଦିଲ୍ଲୀ, ହାଇଦ୍ରାବାଦ୍, ତେଲେଙ୍ଗାନା ଭଳି ବିଭିନ୍ନ ରାଜ୍ୟ ଓ ଅଞ୍ଚଳରେ ରହି କାମ କରୁଥିଲେ। ବାହାର ରାଜ୍ୟକୁ ଯାଇ ରୋଜଗାର ହେବା ସହିତ ନିଜ ଆର୍ଥିକ ସ୍ଥିତିକୁ ସୁଦୃଢ କରିବାରେ ମଧ୍ୟ ସହାୟକ ହୋଇଥିଲେ। ତେବେ କରୋନା ଯୋଗୁଁ ପ୍ରବାସୀମାନଙ୍କୁ ସେହି ସମୟରେ ରାଜ୍ୟ ସରକାର ନିଜ ରାଜ୍ୟକୁ ଆଣିଥିବା ବେଳେ କେତେକ ନିଜ ଖର୍ଚ୍ଚରେ ମଧ୍ୟ ଫେରିଥିଲେ। ଏପରିକି କେତେକେ ନିଜେ ଚାଲିଚାଲି ଓ ସାଇକଲରେ ମଧ୍ୟ ଫେରିଥିବାର ନଜିର ରହିଛି। ତେବେ ପ୍ରବାସୀ ମାନଙ୍କୁ ନିଜ ନିଜ ଅଞ୍ଚଳରେ ସବୁଦିନିଆ କାମ ଯୋଗାଇ ଦେବା ପାଇଁ ନାନା ଘୋଷଣା କରାଯାଇଥିଲେ ମଧ୍ୟ ତାହା ସଫଳ ହୋଇନାହିଁ। ଫଳରେ ପ୍ରବାସୀ ମାନେ କାମଧନ୍ଦା ନପାଇ ପେଟର ଜ୍ୱଳା ସହିନପାରି ବାଧ୍ୟ ହୋଇ ପୁଣିଥରେ ବାହାର ରାଜ୍ୟକୁ ଯିବାକୁ ଆରମ୍ଭ କରିଛନ୍ତି। ଇତି ମଧ୍ୟରେ ଜିଲାର
ପେଟର ଭୋକ ଆଗରେ ସବୁ ଯୋଜନା ଫେଲ୍, ପୁଣି ଭିଟାମାଟି ଛାଡ଼ିଲେ ପ୍ରବାସୀ
|
September 21, 2020 |



