ମୋଟର ସାଇକେଲକୁ ଧକ୍କା ଦେଲା ସ୍କର୍ପିଓ : ଘଟଣା ସ୍ଥଳରେ ଦୁଇ ବାଇକ ଆରୋହୀ  ମୃତ : ତଦନ୍ତ ଅବ୍ୟାହତ

Spread the love

ବାଲିଗୁଡା, 21/9(ସନ୍ଧାନ ନ୍ୟୁଜ୍/ଲିଙ୍ଗରାଜ ପଣ୍ଡା):- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା କିରୀକୁଟି ପଂଚାୟତ ୫୯ନଂ ଜାତୀୟ ରାଜପଥ ଡଙ୍ଗେରୀ ଛକ ନିକଟରେ ସଡକ ଦୁର୍ଘଟଣା । ମୋଟରସାଇକେଲ କୁ ଧକ୍କା ଦେଲା ସ୍କର୍ପିଓ । ଘଟଣାସ୍ଥଳରେ ମୋଟରସାଇକେଲ ଚାଳକ ଓ ପଛରେ ବସିଥିବା ବ୍ୟକ୍ତି ଉଭୟଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକଙ୍କ ପରିଚୟ ମିଳିପାରି ନାହିଁ । ଦୁର୍ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତେଜନା ଦେଖାଦେଇଛି । ସେପଟେ ଦୁର୍ଘଟଣା ଘଟାଇ ସ୍କର୍ପିଓ ଡ୍ରାଇଭର ଗାଡ଼ି ନେଇ ଫେରାର ହୋଇଯାଉଥିବା ବେଳେ ଖବର ପାଇ କ.ନୂଆଗାଁ ପୋଲିସ୍ ଗୁଞ୍ଜି ଗାଁ ନିକଟରେ ଗାଡ଼ି ଜବତ କରିବାସହ ଡ୍ରାଇଭରକୁ  ଆଣି ଥାନାରେ ଅଟକ ରଖିଛି । ଅନ୍ୟପଟେ ଦାରିଙ୍ଗିବାଡ଼ି ଥାନା ଅଧିକାରୀ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛନ୍ତି । ଏଥିସହିତ ଶବ ଜବତ କରି ବ୍ୟବଛେଦ ପାଇଁ ଦାରିଙ୍ଗିବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତି । ସୂଚନା ପ୍ରକାରେ ଦୁଇ ଜଣ ଯୁବକ ଏକ ଘୁଷୁରୀ ଧରି କିରୀକୁଟି ଗ୍ରାମରୁ ସିମନବାଡ଼ି ଗ୍ରାମ ଆଡକୁ ଯିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ସ୍କର୍ପିଅ(ଓଡ଼ି ୦୨ ଏକେ ୨୨୨୮) ଗାଡି ଧକାଦେଇ ଚାଲିଯାଇଥିଲା । ଗାଡି ଧକାଦେବା ପରେ ଘଟଣା ସ୍ଥଳରେ ହିଁ ୨ଜଣ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି ।ପୋଲିସ ଘଟଣାର ତଦନ୍ତ ଅବ୍ୟାହତ ରଖିଥିବା ପ୍ରକାଶ କରିଛନ୍ତି ।

Related Posts

About The Author

Add Comment