ଯାଜପୁର, ୧୫/୧୦/୨୦୨୦ (ସନ୍ଧାନ ନିଉଜ): ଧର୍ମଶାଳା ଥାନା ଅନ୍ତର୍ଗତ ବନ୍ଧଡିହ ପଞ୍ଚାୟତ କିଆବାରିଆ ସାହିର ସଂଗ୍ରାମ ମଲ୍ଲିକ ନାମକ ନବମ ଶ୍ରେଣୀ ଚ୍ଥାତ୍ରଙ୍କୁ ଶିଶୁ ସୁରକ୍ଷା ୟୁନିଟ୍ର ସହାୟତା ଯୋଜନାରେ ସାମିଲ କରାଯାଇଚ୍ଥି । ବିଭିନ୍ନ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ସଂଗ୍ରାମଙ୍କ ଦୂରାବସ୍ଥା ସଂପର୍କରେ ତଥ୍ୟ ପ୍ରକାଶନ ପରେ ଜିଲ୍ଳ୍ାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ନିଦେ୍ର୍ଦଶ କ୍ରମେ ଶିଶୁ ସୁରକ୍ଷା ୟୁନିଟ୍ର କର୍ମକର୍ତ୍ତା ମିହିର ଜେନା ଓ ଶିଶିର ମଲ୍ଳିକ ଘଟଣାର ତଦନ୍ତ କରିଥିଲେ । ସେମାନେ ସଂପୃକ୍ତ ପରିବାରକୁ ଯାଇ ତଥ୍ୟ ହାସଲ କରିଥିଲେ । ୧୭ ବର୍ଷର ଅବିନାଶ ଓ ୧୪ ବର୍ଷର ସଂଗ୍ରାମ, ଏହି ଦୁଇ ନାବାଳକଙ୍କ ମା’ ମୃତୁ୍ୟ ବରଣ କରିଥିବା ବେଳେ ବାପା ଅଶୋକଙ୍କ ମାନସିକ ବିକୃତି କାରଣରୁ ୧୨/୧୩ ବର୍ଷ ଧରି କେଉଁଆଡେ ଚାଲିଯାଇଚ୍ଥନ୍ତି । ଦୁଇ ଶିଶୁ ନିଜ ଅଜା ଆଈଙ୍କ ପାଖରେ ରହୁଚ୍ଥନ୍ତି । ତେବେ ତାଙ୍କ ଅଜା ଓ ଆଈ ମଧ୍ୟ ଅତ୍ୟନ୍ତ ଗରିବ । ଅପର ପକ୍ଷରେ କୈାଣସି ଶିଶୁ ପରିଚର୍ଯ୍ୟାକାରୀ ଅନୁଷ୍ଠାନରେ ଏହି ନାବାଳକଙ୍କୁ ଚ୍ଥାଡିବାକୁ ସେମାନେ ସମ୍ମତ ହୋଇ ନଥିଲେ । ତେଣୁ ପିଲାର ସର୍ବୋତ୍ତମ ସ୍ୱାର୍ଥ ପାଇଁ ନିଜ ପରିବାରରେ ରହିବା ପାଇଁ ସେମାନେ ପ୍ରଶାସନକୁ ଅନୁରୋଧ କରିଥିଲେ । ତେଣୁ ଶିଶୁ ସୁରକ୍ଷା ୟୁନିଟ୍ର ବ୍ୟବସ୍ଥା ଅନୁସାରେ ଘରେ ରହି ପଢିବା ସୁବିଧା ପାଇଁ ସ୍ପୋନସରସିପ୍ ବା ପୃଷ୍ଠପୋଷକତା ଯୋଜନା ମାଧ୍ୟମରେ ମାସିକ ୨ ହଜାର ଟଙ୍କାର ସହଯୋଗ ଦିଆଯାଇଚ୍ଥି । ସେହି ପରିବାର ମଧ୍ୟ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ହିତାଧିକାରୀ ରହିଚ୍ଥନ୍ତି ବୋଲି ଜିଲ୍ଳ୍ା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର ସୂଚନା ଦେଇଚ୍ଥନ୍ତି ।
ପୃଷ୍ଠପୋଷକତା ଯୋଜନାରେ ସାମିଲ ହେଲେ ଅସହାୟ ଚ୍ଥାତ୍ର
|
October 15, 2020 |