ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ହାତଗୋଡ ବାନ୍ଧି ଠେଙ୍ଗାରେ ପିଟି ପିଟି ହତ୍ୟା

Spread the love

କେନ୍ଦୁଝର,୮/୫ (ସନ୍ଧାନ ନିୟୁଜ) କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅଧିନ କୋଳିମାଟି ପଞ୍ଚାୟତର ଟିକିରା ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ହାତ ଗୋଡ ବାନ୍ଧି ଅତି ନିର୍ମମ ଭାବେ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଛି । ଖବର ଅନୁଯାୟୀ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କନ୍ତୋ ଗ୍ରାମର ବିଦ୍ୟାଧର ମୁଣ୍ଡା( ଟୁମ୍ପୁ)(୨୪)ଙ୍କୁ ଟିକିରା ଗ୍ରାମର ପିଦିନା ମୁଣ୍ଡା ହାତ ଗୋଡ଼ ବାନ୍ଧି ଏକ ଠେଙ୍ଗା ମାଧ୍ୟମରେ ଖୁବ୍ ପିଟିବା ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ବିଦ୍ୟାଧରଙ୍କ ମୃତ୍ୟୁ ଘଟିଥିବାର ଜାଣିବା ପରେ ମୃତ ଦେହକୁ ଘଟଣାସ୍ଥଳରେ ଛାଡି ଗିରଫ ହେବା ଭୟରେ ଅଭିଯୁକ୍ତ ଫେରାର ହୋଇଯାଇଥିଲେ । ଖବର ପାଇ ଘସିପୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଘଟଣାକୁ ନେଇ କନ୍ତୋ ଗ୍ରାମର ଲୋକମାନଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି ।

Related Posts

About The Author

Add Comment