ଯାଜପୁର, ୧/୭,ସନ୍ଧାନ ନିଉଜ୍: ପୂର୍ବତନ ସାଂସଦ ସ୍ୱର୍ଗତ ଅନାଦୀ ଚରଣ ଦାସଙ୍କ ବିୟୋଗରେ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ଗୌତମ ବୁଦ୍ଧ ସଂସ୍କୃତି ଭବନଠାରେ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଅନାଦୀ ଚରଣ ଦାସ ସ୍ମୃତି କମିଟି ପକ୍ଷରୁ ଏହି ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଥିଲା । ଜିଲ୍ଲା କଂଗ୍ରେସ୍ କମିଟିର ସଭାପତି ମନୋଜ କୁମାର ରାଉତଙ୍କର ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଦେବେନ୍ଦ୍ର ପଣ୍ଡା ମଂଚ ପରିଚାଳନା ଓ ଶ୍ୟାମ ସୁନ୍ଦର କର ଅତିଥି ପରିଚୟ ପ୍ରଦାନ କରିଥିଲେ । ଉକ୍ତ ସଭାରେ ଅତିଥି ଭାବେ ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଂଟିଆ, ପୂର୍ବତନ ପ୍ରଦେଶ କଂଗ୍ରେସର କମିଟିର ସଭାପତି ଜୟଦେବ ଜେନା, ବରୀ ଡ଼େରାବିଶର ପୂର୍ବତନ ବିଧାୟକ ଚିନ୍ମୟ ବେହୁରିଆ, ପ୍ରଦେଶ କଂଗ୍ରେସ୍ କମିଟିର ମହିଳା ସଭାନେତ୍ରୀ ବନ୍ଦିତା ପରିଡ଼ା, ଯାଜପୁର ବିଧାନସଭାର ନେତା ସନ୍ତୋଷ ନନ୍ଦ, ବରିଷ୍ଠ କଂଗ୍ରେସ୍ ନେତା ଦିଗମ୍ବର କର, ଅଂଚଳ ଦାସ, ଶିଶିର ନାୟକ, ଶ୍ରୀନାଥ ମିଶ୍ର, ଯାଜପୁର ମୁନିସିପାଲିଟିର ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଲିକ, ଯାଜପୁର ବିଜେଡ଼ି ଦଳର ସଭାପତି ସରୋଜ ମହାପାତ୍ର, ବରିଷ୍ଠ ନେତା ରମେଶ ସାମଲ, ମଳୟ ପଣ୍ଡା, ପ୍ରଭୃତି ଯୋଗଦେଇ ସ୍ୱର୍ଗତ ଦାସଙ୍କ ଫଟ୍ଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ଏହି ଅବସରରେ ଗୟାଧର ପଣ୍ଡା ଗୀତାପାଠ କରିଥିଲେ । ଏହାପରେ ଉପସ୍ଥିତ ସମସ୍ତ ଶ୍ରଦ୍ଧାଳୁ ସ୍ୱର୍ଗତ ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ ୧ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଅତିଥିମାନେ ଯୋଗ ଦେଇ ସେ ଜଣେ ଅମାୟିକ, ଗାନ୍ଧୀବାଦୀ ନେତା ଥିଲେ । ତାଙ୍କ ମନରେ କ୍ରୋଧ ନଥିଲା ସେ ଶାନ୍ତ ସରଳ ଭାବେ ଜୀବନ ଯାପନ କରିଥିଲେ । ଦୀର୍ଘ ୨୩ବର୍ଷ କାଳ ସାଂସଦ ଥିବା କାଳରେ ସେ ନିଜ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ପରୋପକାରେ ଦୀନ କାଟିଥିଲେ ବୋଲି ବକ୍ତାମାନେ ମତ ବ୍ୟକ୍ତ କରିଥିଲେ । ତାଙ୍କର ସ୍ମୃତି ରକ୍ଷା ନିମିତ ଏକ ସର୍ବଦଳୀୟ ସ୍ମୃତି କମିଟି ଗଠନ କରାଯାଇ ତାଙ୍କର ପ୍ରତିମୂର୍ତି ଓ ସ୍ମରଣିକା ଓ ତାଙ୍କ ନାମରେ ଏକ ରାସ୍ତାକୁ ନାମିତ କରିବା ପାଇଁ ଜିଲ୍ଲା ପ୍ରଶାସନ କୁ ଅନୁରୋଧ ସ୍ମୃତି କମିଟି ପକ୍ଷରୁ ସ୍ଥିର କରାଯାଇଛି । ଏହି ସ୍ମୃତି ଚାରଣ ସଭାରେ କଂଗ୍ରେସ୍ କାର୍ଯ୍ୟକାରୀ ସଭାପତି ବିଷ୍ଣୁ ଚରଣ ରାଉତ,ପଦ୍ମାକର ଗୁରୁ, ଦୁର୍ଯ୍ୟୋଧନ ବେହେରା, ବଳଭଦ୍ର ଦାସ, ଭାସ୍କର ମହାନ୍ତି, ଗଦାଧର ଦାସ, ପ୍ରଫୁଲ୍ଲ ଚନ୍ଦ୍ର ନାୟକ, ରୀତାଶ୍ରୀ ମହାନ୍ତି, ନାରାୟଣ ସାମନ୍ତ, ଆରତୀ ଦେଓ, ପ୍ରଶାନ୍ତ ସାହୁ, ଦିଲ୍ଲୀପ ଦାସ, ରବି ନାରାୟଣ ପୃଷ୍ଟି, ମାନସ ପଣ୍ଡା, କନକ ମଲ୍ଲିକ, ମାମିନା ମଲ୍ଲିକ, ସରୋଜ ବିଶ୍ୱାଳ, ରଂଜିତା ରାଉତ, ନୀଳମାଧବ ନାୟକ, ବିକ୍ରମ ରାଉତ, ସାଗର ପରିଡ଼ା, ପ୍ରଶାନ୍ତ ସାହୁ, ସନ୍ତୋଷ ବେହେରା, ବିଳାସ ରାଉତରାୟ, ପୂର୍ଣ୍ଣ ଯେନା, ରମାକାନ୍ତ ସେଠୀ, ସଂଗ୍ରାମ ଯେନା, ହେମନ୍ତ ଦାସ, ସରୋଜ ବିଶ୍ୱାଳ,ପ୍ରବୋଧ ଦାସ, ଭରତ ପରିଡ଼ା, ଚନ୍ଦ୍ରଶେଖର ସାହୁପ୍ରଭୃତି ଶତାଧିକ ଶ୍ରଦ୍ଧାଳୁ ଯୋଗଦେଇ ତାଙ୍କର ସ୍ମୃତି ଚାରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ହାରାହାରି ୪୦୦ରୁ ଉର୍ଦ୍ଧ୍ୱ କର୍ମୀ ଓ ନେତୃବୃନ୍ଦମାନେ ଯୋଗଦେଇଥିଲେ ।
ପୂର୍ବତନ ସାଂସଦ ସ୍ୱର୍ଗତ ଅନାଦୀ ଚରଣ ଦାସଙ୍କ ବିୟୋଗରେ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭା
|
July 1, 2023 |
![](https://sandhannews.com/wp-content/uploads/2023/07/WhatsApp-Image-2023-07-01-at-17.24.06-rotated.jpeg)