ପୂର୍ବତନ ସାଂସଦ ଅନାଦି ଚରଣ ଦାସଙ୍କ ବିୟୋଗରେ ନଗର କଂଗ୍ରେସ ପକ୍ଷରୁ ଶୋକସଭା

Spread the love

ଯାଜପୁର ୧୯/୯/ସନ୍ଧାନ ନ୍ୟୁଜ: ଯାଜପୁର ଲୋକସଭାକ୍ଷେତ୍ରରୁ ୫ଥର ସାଂସଦ ଭାବରେ ନିର୍ବାଚିତ ହୋଇଥିବା ୰ଅନାଦୀ ଚରଣ ଦାସଙ୍କ ବିୟୋଗରେ ଯାଜପୁର ନଗର କଂଗ୍ରେସ୍ ତରଫରୁ ସଭାପତି ନାରାୟଣ ସାମନ୍ତଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କଂଗ୍ରେସ୍ କାର୍ଯ୍ୟାଳୟଠାରେ ଏକ ଶୋକସଭା ଅନୁଷ୍ଠିତହୋଇଥିଲା । ୧୯୭୧ମସିହାରୁ କଂଗ୍ରେସ୍ ଦଳରୁ ସାଂସଦ ଭାବରେ ନିର୍ବାଚିତ ହୋଇ ସେ ପ୍ରତ୍ୟକ୍ଷ ରାଜନୀତିରେ ପ୍ରବେଶ କରିବା ସହିତ ଦୀର୍ଘ ୫ଦଶନ୍ଧି ଧରି ଜନସେବା େ୪ତ୍ରରେ ନିଜକୁ ନିୟୋଜିତ କରିଥିଲେ । ଭାରତର ବହୁ ବିଶିଷ୍ଟ ରାଜନୀତିଜ୍ଞ ଓ ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ତାଙ୍କର ଉତମ ସମ୍ପର୍କ ଥିଲା । ସେ ଦଳ ମତ ନିର୍ବିସେଶଷର ସମସ୍ତ ଦଳିତ ନିଷ୍ପେସିତ ଓ ଅସହାୟ ଲୋକଙ୍କୁ ଆର୍ଥକ ଶାରୀରିକ ଓ ଆମଡ଼ ନିର୍ଭରଶୀଳ କ୍ଷେତ୍ରରେସାହାଯ୍ୟ କରୁଥିଫଲେ । ଶେଷ ସମୟ ପର୍ଯ୍ୟନ୍ତ କଂଗ୍ରେସ୍ ଦଳରେରହି ସେ କଂଗ୍ରେସର ପୁନରୁଥାନ ପାଇଁ ବହୁ ପରାମର୍ଶ ଦେଉଥିଲେ । ତାଙ୍କ ବିୟୋଗ କଂଗ୍ରେସ୍ ଦଳର ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ବୋଲି ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଦିଗାମ୍ବର କର, ପୂର୍ବତନ ପିସିସି ସଭ୍ୟ ସନ୍ତୋଷ କୁମାର ନନ୍ଦ, ଜିଲ୍ଲା କଂଗ୍ରେସ୍‌ର ସାଧାରଣ ସମ୍ପାଦକ, ହୃଷୀକେଶ ପତି କାର୍ଯ୍ୟକାରୀ ସଭାପତି ବଳଭଦ୍ର ଦାସ, ଅବଦୁଲ୍ ସଲିମ୍‌, ନଗର କଂଗ୍ରେସ୍ ଉପସଭାପତି ନିକୁଞ୍ଜ ସାମଲ, ଗୋବିନ୍ଦ ଚନ୍ଦ୍ର ସାହୁ, ନକୁଳ ଦେବ ସାହୁ, ବିଦ୍ୟାଧରବାରିକ, ଦୁର୍ଯ୍ୟୋଧନ ବେହେରା, ଦିଲ୍ଳୀପ ଦାଶ, ଗଦାଧର ଦାସ, ଅରଜିତ୍ ନାୟକ, ବିଜୟ ମହାପାତ୍ର, ସନ୍ତୋଷ ରାଉତ, ଅବଦୁଲ୍ ରଉଫ, ଗଜେନ୍ଦ୍ର ଦଳାଇ, ବିଭୂତି ମହାପାତ୍ର, ଅନିଲ ମହାନ୍ତି, ସଂଗ୍ରାମ ସାହାଣି, ପ୍ରଦୀପ କୁମାର ବେହୁରିଆ, ରଘୁନାଥ ସାହୁ, ପ୍ରମୁଖ ପ୍ରକାଶ କରିବାସହିତ ତାଙ୍କର ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Related Posts

About The Author

Add Comment