ପୂର୍ବତନ ସମିତି ସଭ୍ୟଙ୍କ ପକ୍ଷରୁ ବନ୍ୟା ବିପନ୍ନକୁ ରନ୍ଧା ଖାଦ୍ୟ ବଣ୍ଟନ

Spread the love

ଯାଜପୁର, ୧୫/୦୯/୨୦୨୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ବନ୍ଧଡିହ ପଂଚାୟତ କଣ୍ଡିଆରେ ବନ୍ୟା ଆସିବାରୁ ବନ୍ୟା ବିପନ୍ନ ମାନଙ୍କୁ ବନ୍ଧଡିହ ମାଇନର ସ୍କୁଲ ପରିଶରରେ ପୂର୍ବତନ ସମିତି ସଭ୍ୟ ସୁଧାଶୁଂ ଶେଖର ସାହୁ(ପପୁ) ତତ୍ୱାବଧାନରେ ସ୍କଲ ପରିଶରରେ ରୋଷେଇ କରାଯାଇ ଭାତ ଡାଲମା ଦିଆଯାଇଥିଲା । କଣ୍ଡିଆର ବନ୍ୟା ବିପନ୍ନ ପରିବାର ମାନେ ବିଭିନ୍ନ ସମସ୍ୟାରେ ଗତି କରୁଥିବା ବେଳେ, ଏହି ବିପନ୍ନ ମାନଙ୍କୁ ସାହାଯ୍ୟ କରିବା ପାଇଁ ବ୍ରହ୍ମବରଦାର ସାମ୍ବାଦିକ ମାନେ ସ୍ୱାସ୍ଥ୍ୟସେବୀ ସଙ୍ଗଘଠନକୁ ନିବେଦନ କରିଛନ୍ତି । ଏହି ବନ୍ୟା ବିପନ୍ନ ପରିବାର ମାନଙ୍କୁ ୭ଦିନ ରନ୍ଧା ଖାଦ୍ୟ ଦେବାଲାଗି ଜିଲ୍ଲା ପ୍ରଶାସନ ନିକଟରେ ଏ ଅଞ୍ଚଳର ବୁନ୍ଧିଜିବୀ ଏବଂ ସାମ୍ବାଦିକ ମାନେ ଦାବି କରିଛନ୍ତି । ବନ୍ୟା ବିପନ୍ନ ମାନଙ୍କୁ ବନ୍ଧଡିହ ପଂଚାୟତର ପୂର୍ବତନ ସରପଂଚ ବିଜୟ କୁମାର ଜେନାଙ୍କ ପକ୍ଷରୁ ବିସ୍କୁଟ ବଣ୍ଟନ କରାଯିବା ସହିତ ସେମାନଙ୍କୁ ପଂଚାୟତ ପକ୍ଷରୁ ରନ୍ଧାଖାଦ୍ୟ ଦିଆଯିବ ବୋଲି ଶ୍ରୀ ଜେନା ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୂଚନା ଦେଇଥିଲେ । ଯାହାକି ଏହି ବନ୍ୟା ବିପନ୍ନ ଲୋକମାନେ ବିଦ୍ୟାଳୟରେ ଆଶ୍ରୟ ନେଇଥିବା ବେଳେ, ସେମାନଙ୍କୁ ରାତ୍ରୀ ଖାଇବା ପାଇଁ ସରପଂଚ ଅମଲତା ଜେନା ପଂଚାୟତ ତରଫରୁ ଦେବାଲାଗି ଜନସାଧାରଣ ତରଫରୁ ଦାବି କରାଯାଇଚି ।

Related Posts

About The Author

Add Comment