ପୂର୍ବତନ ମନ୍ତ୍ରୀଙ୍କ ବିୟୋଗ

Spread the love

ଭୁବନେଶ୍ୱର ୧୭/୦୪ (ସନ୍ଧାନ ନିଉଜ) ଦିର୍ଘ ୫ବର୍ଷରୁ ଅଧିକ ସମୟ ପକ୍ଷାଘାତ ରୋଗରେ ଶଯ୍ୟାଶାୟୀ ଥିବା ପୂର୍ବତନ ମନ୍ତ୍ରୀ ତଥା ଚମ୍ପୁଆ ବିଧାୟକ ବିଧାନସଭାର ପୂର୍ବତନ ବିଧାୟକ ସହରାଇ ଓରାମଙ୍କର ଆଜି ପରଲୋକ ହୋଇଛି । ତାଙ୍କର କନ୍ଦୁଝର ଜିଲ୍ଲା ଭଦ୍ରାସାହି ବାସଭବନରେ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କର ବିୟୋଗ ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ସ୍ବର୍ଗତଃ ଓରାମଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ଶୋକ ପ୍ରକାଶ କରିଛନ୍ତି। ସ୍ୱଗର୍ତ ଓରାମ ବିଜୁ ପଟ୍ଟନାୟକଙ୍କ ସରକାରରେ ମନ୍ତ୍ରୀ ଥିଲେ । କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଆସନରୁ ୫ ଥର ବିଧାୟକ ନିର୍ବାଚିତ ହୋଇଥିଲେ । ଛାତ୍ର ଜୀବନରେ ସେ ଷଢ଼େଇକଳା-ଖରସୁଆଁ ଆନ୍ଦୋଳନରେ ଭାଗ ନେଇଥିଲେ । ଚମ୍ପୁଆ ନିର୍ବାଚନ ମଣ୍ଡଳିରେ ନିଜର ନିଜରରାଜନୈତିକ କ୍ୟାରିୟର ଆରମ୍ଭ କରିଉତ୍କଳ କଂଗ୍ରେସ ଟିକେଟରେ ପଞ୍ଚମ ବିଧାନସଭା (୧୯୭୧-୧୯୭୩)ଜନତା ଟିକେଟରେ ୭ମ ବିଧାନସଭା (୧୯୭୭-୧୯୮୦)ଜନତା ଦଳ (ଏସ) ଟିକେଟରେ ୮ମ ବିଧାନସଭା (୧୯୮୦-୧୯୮୫)ଜନତା ଦଳ ଟିକେଟରେ୧୦ମ ବିଧାନସଭା (୧୯୯୦-୧୯୯୫)ସ୍ୱାଧନୀ ପ୍ରାର୍ଥୀ:  ଦ୍ୱାଦଶ ବିଧାନସଭା (୨୦୦୦-୨୦୦୪) ନିର୍ବାଚିତ ହୋଇ ଥିଲେ ।ସ୍ୱଗର୍ତ ଓରାମ ୧୯୪୨ ମସିହା ଜାନୁଆରି ୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା  ସ୍ନାତକ । ସେ ବୃତ୍ତିରେ ଜଣେ ଚାଷୀ ଥିଲେ । ସମାଜସେବା ଓ ରାଜନୀତି ସହ  କ୍ଷୁଦ୍ର ଗଳ୍ପ ଲେଖିବାକୁ ଭଲ ପାଉଥିଲେ ସହରାଇ ଓରାମ । ଅବସର ସମୟରେ ଗଛ ଲଗାଉଥିଲେ । ସେ ଥିଲେ ଜଣେ ଭଲ ସଂଗଠକ । ଆଦିବାସୀ ନୃତ୍ୟ, ଆଦିବାସୀ କଳାକୁ ଖୁବ୍ ଭଲ ପାଉଥିଲେ । ଏହାକୁ ପ୍ରୋତ୍ସାହନ ଦେବା ଦିଗରେ କାମ ମଧ୍ୟ କରୁଥିଲେ ।ରାଞ୍ଚି ବିଶ୍ୱବିଦ୍ୟାଳୟରେ ପଢୁଥିବା ବେଳେ ସେ ଜଣେ ଭଲ ଫୁଟବଲ ଖେଳାଳି ଭାବେ ନାଁ କରିଥିଲେ । //Report-BN Patri

Related Posts

About The Author

Add Comment