ପୂର୍ବତନ ବ୍ରହ୍ମବରଦା ଫାଣ୍ଡିଅଧିକାରୀଙ୍କ ସଡ଼କ ଦୃଘଟଣାରେ ପରଲୋକ

Spread the love

ଯାଜପୁର ସଦର, ୧୧/୦୨/୨୦୧୨ (ସନ୍ଧାନ ନିଉଜ): ପୋଲିସ ପ୍ରଶାସନରେ ଚାକିରୀ କରି ବିଭିନ୍ନ ଥାନାରେ ସବଇନସ୍ପେକ୍ଟର ଭାବରେ କାର୍ଯ୍ୟକରି ଯାଜପୁର ଟାଉନ ଥାନରେ ସବଇନସ୍ପେକ୍ଟର ଭାବରେ କାର୍ଯ୍ୟରତ ଥିବା ବେଳେ, ଏହି ସଚୋଟ ପୋଲିସ ଅଫିସର ପରମାନନ୍ଦ ସେଠୀ ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ଫାଣ୍ଡିକୁ ବଦଳି ହୋଇ ଆସିଥିଲେ । ଦକ୍ଷତାର ସହିତ ବ୍ରହ୍ମବରଦା ଫାଣ୍ଡିରେ ଦିର୍ଘ ୪ବର୍ଷ ରହି ଶ୍ରୀ ସେଠୀ ଏ ଅଞ୍ଚଳରେ ବେଶ ପରିଚିତ ଥିଲେ । ଶ୍ରୀ ସେଠୀଙ୍କ ଚାକିରୀ ବ୍ରହ୍ମବରଦା ଫାଣ୍ଡିରୁ ସରିବା ପରେ ଅଗଷ୍ଟ ମାସରେ ର୍ଶୀ ସେଠୀଙ୍କୁୁ ବ୍ରହ୍ମବରଦା ଅଞ୍ଚଳରେ ବୁଦ୍ଧିଜୀବି ସାମ୍ବାଦିକ ବରିଷ୍ଠ ନାଗରିକ ମାନେ ବିଦାୟ ଦେଇଥିଲେ । ଶ୍ରୀ ସେଠୀ ଜଣେ ସଚୋଟ ପୋଲିସ ଅଫୀସର ଭାବରେ କାର୍ଯ୍ୟକରି ଥିବାରୁ ପୂର୍ବତନ ଏସପି ଚରଣସିଂ ମିନ୍ନାଙ୍କ ଠାରୁ ପୁରସ୍କୃତ ହୋଇଥିଲେ । ଶ୍ରୀ ସେଠୀ ବ୍ରହ୍ମବରଦାରୁ ବିଦାୟ ନେଇ ସପରିବାର ବାଲେଶ୍ୱରକୁ ଗଲାପରେ ତାଙ୍କର କାର୍ମମୟ ଜୀବନ ଆରମ୍ଭ କରୁଥିବା ବେଳେ, ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନରେ ସରପଂଚ ଭାବରେ ନିର୍ବାଚନ ଲଢ଼ୁଥିବା ବେଳେ, ନିର୍ବାଚନ କ୍ୟାମ୍ପିନିଙ୍ଗ ରେ ଯାଉଥିବା ସମୟରେ ବାଇକରୁ ଖସିପଡ଼ି ଗୁରତର ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ, ତାଙ୍କର ମୃତ୍ୟୁ ଘଟିଥିଲା । ଏହି ମୃତ୍ୟୁ ଖବର ଯାଜପୁର ଜିଲ୍ଲାର ପୋଲିସ ବିଭାଗରେ ପହଁଞ୍ôଚବା ପରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମୃତ୍ୟୁରେ ବ୍ରହ୍ମବରଦା ଫାଣ୍ଡି ଅଧିକାରୀ ଏସ୍ ଦାଶରଥି ପାତ୍ର ଏବଂ କର୍ମଚାରୀ ମାନେ ଦୁଃଖ ପ୍ରକାଶ କରିବା ସହିତ ଭଗବାନଙ୍କ ପାଖରେ ଶ୍ରୀ ସେଠୀଙ୍କ ଆତ୍ମାର ସଦ୍ଗତି ପ୍ରାର୍ଥନା କରିଛନ୍ତି ।

Related Posts

About The Author

Add Comment