ପୂର୍ବତନ ବିଧାୟିକାଙ୍କ ବିୟୋଗରେ ସ୍ମୃତିଚାରଣ ସଭା ଅନୁଷ୍ଟିତ

Spread the love

ଯାଜପୁର ସଦର, ୭/୧/୨୬ (ସନ୍ଧାନ ନ୍ୟୁଜ) : ଯାଜପୁର ଜିଲ୍ଲା କୋରେଇ ନିର୍ବାଚନ ମଣ୍ଡଳୀର ଭାରତୀୟ ଜନତା ପାର୍ଟିର ପୂର୍ବତନ ବିଧାୟିକା ସୁଚିତ୍ରା ମହାନ୍ତିଙ୍କର ବିୟୋଗ ହେବାରୁ ଭଲ ପାଉଥିବା କୋରେଇ ମାଟିକ ଶ୍ରୀ ମହାନ୍ତି ନିର୍ବାଚିତ ହେବା ପରେ ତାଙ୍କ ବିଧାୟୀକା ସମୟରେ କୋରେଇ ନିର୍ବାଚନ ମଣ୍ଡଳୀର ବହୁ ଉନ୍ନତି ମୁଳକ କାର୍ଯ୍ୟ ଶ୍ରୀମତୀ ମହାନ୍ତି କରିଯାଇଥିଲେ । ତାଙ୍କୁ ମେନପକାଇବା ପାଇଁ ତାଙ୍କ ବିୟୋଗରେ ସ୍ଥାନୀୟ ବ୍ୟାସଦେବ ଟାଉନ ହଲ ପରିଶରରେ ସର୍ବଦଳିୟ ସ୍ମୃତି ସଭା ଅନୁଷ୍ଟିତ କରାଯାଇଥିଲା । ଏହି ଅବସରରେ କୋରେଇ ମାଟିର ସୁଯୋଗ୍ୟ ସନ୍ତାନ ଯୁବ ବିଧାୟକ ଆକାଶ ଦାସ ନାୟକ ସବାପତିତ୍ୱରେ ଅନୁଷ୍ଟିତ କରାଯାଇଥିବା ବେଳେ, ଏହି ସ୍ମୃତି ସଭାରେ କୋରେଇ ନିର୍ବାଚନ ମଣ୍ଡଳୀର ବହୁ ନେତା ଏବଂ କର୍ମିମାନେ ଯୋଗଦେଇ ଶ୍ରୀମତୀ ମହାନ୍ତିଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶ୍ରୀମତୀ ମହନ୍ତିଙ୍କ ଆତ୍ମାର ସଦଗତୀ କାମନା କରିବା ସହିତ ପୂର୍ବତନ ସୁକିନ୍ଦା ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ, ପ୍ରିତ୍ତିରଂଜନ ଘଡ଼ାଇ ବ୍ୟାସ ନଗର ପୌରପରିଷଦର ରସାନନ୍ଦ ମହାନ୍ତି ସବିତା ରାଉତ ସଙ୍ଗିତ ପିଙ୍ଗୁଆ ସରୋଜିନି ବଳ, ସୁବାଷ ବଳ, ବିବେକାନନ୍ଦ ମହାନ୍ତି, ଅଲୋକ ମହାନ୍ତି, ପ୍ରଫୁଲ୍ଲ ନାୟକ, ବିଜେପି ଦଳର ଯୁବନେତା ଗୌତ୍ତମ ରାୟ, ସତ୍ୟନାରାୟଣ ମହାନ୍ତି ଏହି ସ୍ମୃତି ଚାରଣ ସଭାରେ ଶ୍ରର୍ଦ୍ଧାଞ୍ଜଳୀ ଅର୍ପଣ କରିବା ସହିତ ଶ୍ରୀମତୀ ମହାନ୍ତିଙ୍କ ଆତ୍ମାର ସଦଗତି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।

Related Posts

About The Author

Add Comment