ପୂର୍ବତନ ବିଧାୟକଙ୍କ ପରଲୋକ

Spread the love

ଯାଜପୁର ସଦର, ୦୫ା୦୨: ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଯାଜପୁରର ପୂର୍ବତନ ସାଂସଦ ଅନାଦି ଦାସଙ୍କ ପୁଅ ପୂର୍ବତନ ବିଧାୟକ ଅର୍ଜ୍ଜୁନ ଚରଣ ଦାସ ଯାଜପୁରରୁ ଭୂବନେଶ୍ୱରକୁ ଯାଉଥିବା ବେଳେ, ଖରସ୍ରୋତା ବ୍ରିଜ ଉପରେ ଏକ ହାଇୱା ଦୃତଗତିରେ ମାଡ଼ିଆସିବାରୁ ଶ୍ରୀ ଦାସଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ, ବାଇକରେ ଥିବା ଅନ୍ୟ ଜଣେ ସାଥି ଗୁରୁତର ଆହତ ହୋଇଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ଅନ୍ୟ ଜଣେ ସାଥି ଅନନ୍ତ ଚରଣ ମହାନ୍ତି ଗୁରୁତର ଆହତ ହୋଇଛନ୍ତି । ଶ୍ରୀ ଦାସ ଭୂବନେଶ୍ୱରକୁ ଏକ କୃଷି ସମ୍ମିଳନିରେ ଯୋଗଦେବାପାଇଁ ଯାଉଥିବା ବେଳେ, ଖ୍ରରସ୍ରୋତ ବ୍ରିଜ ଉପରେ ହାଇୱା ଗାଡ଼ି ଧକ୍କା ଦେଇଥିଲା । ମୃତ୍ୟୁ ବେଳକୁ ଶ୍ରୀ ଦାସଙ୍କୁ ୬୫ ବର୍ଷ ହୋଇଥିଲା । ଗୁରୁରତର ହୋଇଥିବା ଅନନ୍ତ ମହାନ୍ତିକୁ ଚିକିତ୍ସା ପାଇଁ ମେଡିକାଲକୁ ନିଆଯାଇଚି । ଘଟଣା ସ୍ଥଳରେ ଯାଜପୁର ସଦର ଥାନା ଆଇଆଇସି ମାନସ ରଂଜନ ଚକ୍ର ଦୃଘଟଣା ଘଟାଇଥିବା ହାଇୱା ଗାଡ଼ିକୁ ଜବତ କରିଥିଲେ । ଡ୍ରାଇଭର ବଡ଼ଚଣା ଥାନା ଧାନମଣ୍ଡଳ ଫାଣ୍ଡି ଅନ୍ତର୍ଗତ ସଂଜୟନଗର ଗ୍ରାମର ସୁରେଶ ସାହୁଙ୍କ ପୁଅ ଗଦାଧର ସାହୁ(୨୫)କୁ ପୋଲିସ ଗିରଫ କରିଚି । କେସ ନଂ ୨୯/୨୩ ଦଫା ୨୭୯, ୩୩୭, ୩୩୮, ୩୦୪ଏ ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ, ଅର୍ଜ୍ଜୁନ ଚରଣ ଦାସଙ୍କ ମୃତ୍ୟୁରେ ବିଞ୍ଝାରପୁର ନିର୍ବଚାନ ମଣ୍ଡଳୀରେ ଶୋକର ଛାୟା ଖେଳିଯାଇଚି । ଶ୍ରୀ ଦାସଙ୍କ ମୃତ୍ୟୁରେ ରାଜସ୍ୱ ମନ୍ତ୍ରୀ ବିଞ୍ଝାରପୁର ବିଧାୟୀକା ପ୍ରମିଳା ମଲିକ ଦୁଃଖ ପ୍ରକାଶ କରିବା ସହିତ କଂଗ୍ରେସର ପୂର୍ବତନ ସାଂସଦ ଦୁଃଖ ପ୍ରକାଶ କରିଛନ୍‌ତି । ଶ୍ରୀ ଦାସଙ୍କ ମୃତ୍ୟୁରେ ନବନିର୍ମାଣ କୃଷକ ସଂଗଠନର ଅକ୍ଷୟ କୁମାର ସଚିବ ଶେଷଦେବାନନ୍ଦ ଶ୍ରୀ ଦାସଙ୍କ ବାସଭବନରେ ପହଁଞ୍ଚ ଶେଷ ଦର୍ଶନ କରିବା ସହିତ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଯାଜପୁର ସଦର ଥାନା ଆଇଆଇସି ଅଜୟ ଜେନାଙ୍କ ନେତୃତ୍ୱରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱର୍ଗତଃ ଦାସଙ୍କୁ ଗାର୍ଡ଼ ଅଫ ଅନର ଦିଆଯାଇଥିଲା । ଶ୍ରୀ ଦାସଙ୍କ ମରଶରୀରକୁ ଦଶରଥପୁର ବ୍ଲକ ନିକଟସ୍ଥ ଖଣ୍ଡରା ପଂଚାୟତ ବିକିପୁର ଗ୍ରାମରେ ଶବ ସଂସ୍କାର କରାଯାଇଛି । ଶ୍ରୀ ଦାସଙ୍କ ପୁଅ ଅସିତ ଦାସ ବାପାଙ୍କୁ ମୁଖାଗ୍ନୀ ଦେଇଥିଲେ ।

Related Posts

About The Author

Add Comment