ଯାଜପୁର ସଦର,: ୯ /୧୨ / ୨୫ (ସନ୍ଧାନ ନ୍ୟୁଜ ) ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକରେ ଗହମ ଦୁର୍ନ୍ନିତିକୁ ନେଇ କାଦୁଅ ଫିଙ୍ଗାଯାଉଥିବା ବେଳେ, ପୂର୍ବତନ ଏମଆଇ ଡିଲର ସଭାପିତଙ୍କ ନାମରେ ଏତଲା କରାଯାଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ୫୪୮ କ୍ୱିଣ୍ଟାଲ ଗହମ ଆତ୍ମସ୍ୱାର୍ଥ କରାଯାଇଥିବା ଅଭିଯୋଗ ହେବାପରେ ହିତାଧିକାରୀ ମାନଙ୍କୁ ଗହମ ବଣ୍ଟନ କରାନଯାଇ ଏହି ବ୍ଲକର ପୂର୍ବତନ ଏମଆଇ ଏବଂ ଡିଲର ସଂଘ ସଭାପିତ ଓ ୫୧ ଜଣ ଡିଲର ଆତ୍ମସ୍ୱାର୍ଥ କରିଥରବା ଘଟଣାକୁ ନେଇ ବ୍ଲକ ବିଜେପି ସଂଯୋଜକ ନିରଂଜନ ବେହୁରିଆଙ୍କ ନେତୃତ୍ୱରେ ଶତାଧିକ କର୍ମି ବିଞ୍ଝାରପୁର ବ୍ଲକ ପରିକ୍ରମ କରି ବିଞ୍ଝାରପୁର ଥାନାରେ ପହଁଞ୍ôଚ ତତ୍କାଳିନ ଏମଆଇ, ଡିଲର ସଭାପତିଙ୍କ ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରାଯିବାପାଇଁ କାର୍ଯ୍ୟାନୁଷ୍ଠାନ କରାଯିବାକୁ ଆରକ୍ଷୀ ଅଧ୍ୟକ୍ଷ ଯାଜପୁର ଜିଲ୍ଲା ଏସପି ୟସପ୍ରତାପ ସିମଲ ଉଦ୍ଦ୍ୟଶ୍ୟରେ ଡିଏସପି ବାମଦେବ ନନ୍ଦଙ୍କୁ ଦିଆଯାଇଥିଲା । ଏଥିରେ ବହୁ ବିଜେପି କର୍ମି ଯୋଗଦେଇଥିବା ବେଳେ, ସେମାନଙ୍କ ମଧ୍ୟରେ ୪ ନଂ ଜୋନର ସଭାପତି ଜୟନ୍ତୀ ପତି, ଉତ୍ତମ ଦାସ, ଶ୍ରୀଧର ଜେନା, ଜ୍ୟୋତିପ୍ରକାଶ ନାୟକ ଯୋଗଦେଇଥିଲେ ।
ପୂର୍ବତନ ଏମଆଇ, ଡିଲର ସଂଘ ସଭାପତିଙ୍କ ବିରୋଧରେ ଏତଲା
|
December 9, 2025 |


