ଯାଜପୁର ସଦର,୨୬/୧୨/୨୦୨୦ (ସନ୍ଧାନ ନିଉଜ): ଯାଜପୁର ସଦର ଥାନା ନିକଟସ୍ଥ ଅର୍ଥଙ୍ଗା ପଂଚାୟତ ଅଳପୁଆ ଗ୍ରାମରେ ପୂର୍ବ ଶତୃତାକୁ କେନ୍ଦ୍ରକରି ଜଣଙ୍କ ଉପରେ ଆକ୍ରମଣ କିରିବାରୁ ଅବସ୍ଥା ଗୁରତର ହେବାରୁ ଚିକିତ୍ସା ପାଇଁ କଟକ ନିଆଯାଇଥିବା ଜଣାଯାଇଚି । ଘଟଣାରୁ ପ୍ରକାଶ ଯେ, ଗତକାଲି ଅପରାହ୍ନରେ ଅଳପୁଆ ଗ୍ରାମର ଅନ୍ତର୍ଯ୍ୟାମୀ ବଳଙ୍କ ପୁଅ ଶ୍ରୀକାନ୍ତ ବଳ(୩୦) ଏହି ଗ୍ରାମର ଶରତ ଚନ୍ଦ୍ର ନାୟକଙ୍କ ଘରେ ନିଅାଁ ଲଗାଇ ଦେଇଥିବା ବେଳେ, ଏହି ଘଟଣାରେ ଶ୍ରୀକାନ୍ତ ବାପା ଭୁଲ ମାଗି କ୍ଷତି ପୁରଣ ଦେବାକୁ ରାଜି ହୋଇଥିଲେ । କ୍ଷତି ପୁରଣ କାହିଁକି ଦେବ ବୋଲି ଶ୍ରୀକାନ୍ତ ଅନ୍ତର୍ଯ୍ୟାମୀଙ୍କ ସହିତ ଯୁକ୍ତିତର୍କ ହୋଇଥିଲା । ଏହି ଘଟଣାକୁ ନେଇ ଶରତ ନାୟକଙ୍କ ପୁତୁରା ଶ୍ରୀକାନ୍ତ ନାୟକ ଏବଂ ନିଆଁ ଲଗାଇଥିବା ଶ୍ରୀକାନ୍ତ ସହିତ ବଚସା ହୋଇଥିଲା । ବଚସାକୁ କେନ୍ଦ୍ରକରି ହଠାତ୍ ଅଭିଯୁକ୍ତ ମାନେ ଶ୍ରୀକାନ୍ତ ବାପା ଅନ୍ତର୍ଯ୍ୟାମୀ ବଳ, କୁନା ବଳ, ଦିପୁ ବଳ, ଶିପ୍ରା ବଳ, ସୋମନ ରାଉତ, ବିଦ୍ୟାଧର କରଣ, ଶିଦେ୍ଧଶ୍ୱର କରଣ ସଙ୍ଘବଦ୍ଧ ଭାବେ ଶ୍ରୀକାନ୍ତଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ । ତାଙ୍କ ମୁଣ୍ଡ ହାତ ଓ ପେଟରେ ଗଭିର କ୍ଷତ ସୃଷ୍ଟି ହୋଇଥିଲା । ଗୁରୁତର ଅବସ୍ଥାରେ ଶ୍ରୀକାନ୍ତ ନାୟକ ସାହି ଉଦ୍ଧାର କରିଥିବା ବେଳେ, ଚିକିତ୍ସା ପାଇଁ ଯାଜପୁର ମେଡିକାଲ ନିଆଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ମେଡିକାଲକୁ ଚିିକିତ୍ସା ପାଇଁ ନିଆଗଲା । ଅବସ୍ଥା ଗୁରୁତର ଭୂବନେଶ୍ୱର ଘରୋଇ ନର୍ସିଙ୍ଗହୋମ୍ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏହି ଘଟଣାକୁ ନେଇ ଶ୍ରୀକାନ୍ତ ନାୟକଙ୍କ ମା ସଞ୍ଜୁଲତା ନାୟକ ଯାଜପୁର ସଦର ଥାନାରେ ଅଭିଯୋଗ କରିଥିବା ଜଣାଯାଇଚି । ଆହାତ ହୋଇଥିବା ଶ୍ରକାନ୍ତ ନାୟକ ରସୁଲପୁର ବ୍ଲକ୍ ଯୋଗାଣ ବିଭାଗର ଡାଟା ଅପରେଟର ଭାବେ କାର୍ଯ୍ୟକରୁଥିବା ରିପୋର୍ଟ ଲେଖା ହେବାବେଳକୁ ଜଣାଯାଇଚି ।
ପୂର୍ବଘଟଣାକୁ କେନ୍ଦ୍ରକରି ମରଣାତ୍ମକ ଆକ୍ରମଣରେ ଜଣେ ଗୁରୁତର
|
December 27, 2020 |