ପୂଜ୍ୟପୂଜା ପରିଷଦ ପକ୍ଷରୁ ସୁଷମା ସ୍ୱରାଜଙ୍କୁ ଶ୍ରଦ୍ଧାଜଂଳି
ପୂଜ୍ୟପୂଜା ପରିଷଦ ପକ୍ଷରୁ ସୁଷମା ସ୍ୱରାଜଙ୍କୁ ଶ୍ରଦ୍ଧାଜଂଳି
Manas Kumar Rout |
August 11, 2019 |

ରାଉରକେଲା, ୧୧/୮ (ସନ୍ଧାନ ନିୟୁଜ/ସୁବୋଧ ନାୟକ): ରାଉରକେଲା ପୂଜ୍ୟପୂଜା ପରିଷଦ ପକ୍ଷରୁ ଭାରତର ପୂର୍ବତନ ବୈଦଶିକ ମନ୍ତ୍ରୀ ତଥା ପ୍ରତିଭାମୟୀ ନାରୀ ନେତ୍ରୀ ସୁଷମା ସ୍ୱରାଜଙ୍କର ଅକାଳ ବିୟୋଗରେ ଏକ ଶ୍ରଦ୍ଧାଜଂଳି ସଭା ଅନୁଷ୍ଠାନର ସଭାପତି ଶ୍ରୀନାଥ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ନବକୃଷ୍ଟନଗରସ୍ଥିତ କଳିକା ନାଟ୍ୟଶାଳା ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଡ଼ାକ୍ତର ରାହାସ ବିହାରୀ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ,ଡ଼ାକ୍ତର ବିଷ୍ଣୁପ୍ରିୟା ସାହୁ,ଡ଼,ମଂଜୁଶର୍ମା ମହାପାତ୍ର,ଚିତରଂଜନ ନନ୍ଦ ଯଥାକ୍ରମେ ମୁଖ୍ୟବକ୍ତା ଓ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ । ସର୍ବପ୍ରଥମେ ସ୍ୱର୍ଗତ ସୁଷମା ସ୍ୱରାଜଙ୍କ ଫଟୋଚିତ୍ରରେ ପୁଷ୍ଫମାଲ୍ୟ ଅର୍ପଣ କରାଯାଇ ଅମର ଆତ୍ମାର ସଦଗତି ପାଇଁ ୨ ମିନିଟ୍ ନୀରବ ପ୍ରାଥନା କରାଯାଇଥିଲାା ସୁଷମାଜୀଙ୍କର ଆଦର୍ଶ ଚିନ୍ତାଧାରା ଦୃଢଇଛାଶକ୍ତି ଉପରେ ବକ୍ତାମାନେ ନିଜର ମତବ୍ୟକ୍ତ କରିଥିଲେ । ତାଙ୍କ ବିୟୋଗରେ ଦେଶ ଜଣେ ଦକ୍ଷ ତଥା ପ୍ରତିଭାସମ୍ପନ୍ନ ନାରୀ ନେତ୍ରୀଙ୍କୁ ହରାଇଲା ବୋଲି ଡ଼ାକ୍ତର ରାହାସ ବିହାରୀ ମହାପାତ୍ରତାଙ୍କ ବକ୍ତବ୍ୟରେ ଆଲୋକପାତ କରିଥିଲେ ।ଏହି ସଭାରେ ଅରୁଣ କୁମାର ପରିଡ଼ା,ଅସିତ କୁମାର ଦୁବେ,କାହ୍ନୁ ଚରଣ ବେହେରା,ଗୈରାଙ୍ଗ ଦାଶ,ଦେବେନ୍ଦ୍ର ସାହୁ,ବାସୁଦେବ ସାହୁ,ସୁବାଷ ଚନ୍ଦ୍ର ବିଶ୍ୱାଳ,ବାସୁଦେବ ଜେନା,ହରିହର ବେହେରା,ବାସୁଦେବ ସାମଲ,ଶଶଧର ସାହୁ,ସାଧୁ ଚରଣ ମହାନ୍ତ,କୈଳାସ ଚନ୍ଦ୍ର ମଲ୍ଲିକ ପ୍ରମୁଖ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ପ୍ରାରମ୍ଭରେ ସାଧାରଣ ସମ୍ପାଦକ ସନାତନ ସାହୁ ପରିଚୟ ଦେବା ସହିତ ସଭା ପରିଚାଳନା କରିଥିଲେ । ଶେଷରେ ଧନେଶ୍ୱର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
Related Posts
About The Author