ପୁଲିସ ପକ୍ଷରୁ ଭାରୀଯାନ ଧରପଗଡ଼

Spread the love

ରାଉରକେଲା,୧୪/୧୨/୨୦୨୦ (ସନ୍ଧାନ ନିଉଜ) :ରାଉରକେଲା ସମେତ ଦକ୍ଷିଣ ରାଉରକେଲାରେ ଥିବା ମୁଖ୍ୟ ରାସ୍ତାରେ  ପୁଲିସ ପକ୍ଷରୁ ଭାରୀଯାନ ଗୁଡ଼ିକର ଧରପଗଡ଼ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ  ଟ୍ରକ, ଡମ୍ପର, ଟ୍ରଲର ଚାଳକ ମାନଙ୍କ  ସିଟ ବେଲ୍ଟ, ଡ୍ରାଇଭିଂ ଲାଇସେନ୍ସ ଯାଂଚ ଆଦି ପ୍ରକିୟାକୁ ପୁଲିସ କର୍ମୀ ମାନେ ତ୍ୱରାନ୍ୱିତ କରିବା ସହ ଆବଶ୍ୟକୀୟ ଜରିମାନା ଚାଳକ ମାନଙ୍କ ଠାରୁ ସଂଗ୍ରହ କରାଯାଇଥିଲା । ୩ଟି ଭାରୀଯାନର ଚାଳକ ଗାଡ଼ି ଚାଳନା ବେଳେ ଡ୍ରାଇଭିଂ ଲାଇସେନ୍ସ ନଥିବା ଓ ସିଟ ବେଲ୍ଟ ନବାନ୍ଧି ଥିବାରୁ ପୁଲିସ ପକ୍ଷରୁ ୧ହଜାର ଟଙ୍କାର ଇ- ଚାଲାଣ ଜରିମାନା ପ୍ରତ୍ୟେକଙ୍କ ଠାରୁ ଆଦାୟ କରାଯାଇଥିଲା । ଅନ୍ୟପକ୍ଷେ ସାରନଗରୀ ରାଜରାସ୍ତାରେ ପୁଲିସ ପକ୍ଷରୁ ଭାରୀଯାନର ଧରପଗଡ଼କୁ ଦେଖି ବିନା ହେଲମେଟରେ ଯାତ୍ରା କରୁଥିବା କିଛି ଚାଳକ ଜରିମାନା ଭୟରେ ଗଳାବାଟ ଦେଇ ବାଇକ ନେଇ ପଳାୟନ କରିବା ଦେଖିବାକୁ ମିଳିଥିଲା । ପ୍ରକାଶ ଥାଉକି, ନୂତନ ପରିବହନ ନିତୀ ଅନୁଯାୟୀ, ପୁଲିସ ପକ୍ଷରୁ ଗତ କିଛି ଦିନ ହେଲା ବାଇକ, କାର ଓ ଭାରୀଯାନ ଚଳାଚଳ କରୁଥିବା ଚାଳକ ମାନଙ୍କ କାଗଜପତ୍ର ଯାଂଚ କରାଯାଉଛି । ପରିବହନର ବିଭିନ୍ନ ନିୟମ ଉଲ୍ଲଘଂନ କଲେ ପୁଲିସ କର୍ମୀ  ସଂପୃକ୍ତ ଗାଡ଼ି ଚାଳକ ମାନଙ୍କ ଠାରୁ ଇ- ଚାଲାଣ କାଟିବା ସହରର ଛକ ମାନଙ୍କରେ ଦୃଷ୍ଟିଗୋଚର ହେଉଛି । ପୁଲିସର ଏଭଳି କଡ଼ାକଡ଼ି ଯାଂଚ ଫଳରେ ରାଉରକେଲା ଅଂଚଳର ପ୍ରମୁଖ ଛକ, ହାଟବଜାରରେ ବାଇକ ଧରି  ଏଣେତେଣେ ଘୁରି ବୁଲୁଥିବା ରୋଡ଼ ରୋମିଓଙ୍କ ଉତ୍ପାତ କିଛି ମାତ୍ରାରେ କମ ହୋଇ ପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।INOVA.jpg
Attachments area

Related Posts

About The Author

Add Comment