ପୁରୁଣା ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ

Spread the love

ବାରିପଦା, ୨୨/୦୮/୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା) :- ଜଳେଶ୍ଵର ଥାନା ଅଧିକାରୀ ଧନେଶ୍ଵର ସାହୁ ଓ ଡ୍ରଗ୍ଧ ମାଫିଆଙ୍କ ମଧ୍ୟରେ ମୋବାଇଲ ବାର୍ତ୍ତାଳାପର ଯେଉଁ ଅଡିଓ ଭାଇରାଲ ହୋଇଥିଲା ସେହି ଘଟଣାରେ ମାଫିଆ କୁହାଯାଉଥିବା ବ୍ୟକ୍ତି ଓ ତାର ପରିବାର ଉପରେ ଜଳେଶ୍ଵର ପୁଲିସ ଦୁଇଟି ପୃଥକ ମାମଲା ରୁଜୁ କରିଥିଲା ସେହି ମାମଲା ଦ୍ୱୟର ତଦନ୍ତ ସମୟରେ ପୁଲିସ ନିରପେକ୍ଷତା ଅବଲମ୍ବନ କରିଛି କି ନାହିଁ, ସେ ନେଇ କ୍ରାଇମବ୍ରାଞ୍ଚର ଏକ ଦୁଇଜଣିଆ ଟିମ ଜଳେଶ୍ଵରକୁ ଆସି ତଦନ୍ତ କରୁଛି । ଏହି ତଦନ୍ତର ରିପୋର୍ଟ ଆଇଆଇସିଙ୍କ ଭାଗ୍ୟ ନିର୍ଭର କରୁଛି ବୋଲି କୁହାଯାଉଛି। ଏହାକୁ ନେଇ ଜଳେଶ୍ଵରରେ ଉସୁକତା ପ୍ରକାଶ ପାଇଛି । ତଦନ୍ତକାରୀ ଟିମରେ ଡିଏସ୍ପି ପାହ୍ୟାର ଜଣେ ଅଧିକାରୀ ରେକର୍ଡପତ୍ର ଯାଞ୍ଚ କରିବା ପରେ ତଦନ୍ତକାରୀ ଅଧିକାରୀ ଏଆଇ ଦିଲ୍ଲୀପ କୁମାର ସାମଲଙ୍କୁ ଦୀର୍ଘ ସମୟ ଧରି ଜେରା କରିଥିଲେ। ଏଥିସହ ଜଳେଶ୍ଵର ଏସଡିପିଓଙ୍କ । କାର୍ଯ୍ୟାଳୟକୁ ଯାଇ ଏସଡିପିଓ ଅଙ୍କିତା କୁମ୍ଭାରଙ୍କ ସହ ଏହି ଦୁଇ ମାମଲା ସମ୍ପର୍କରେ ଆଲୋଚନା କରି ସବିଶେଷ ତଥ୍ୟ ହାସଲ କରିଥିଲେ। ନିଲମ୍ବିତ ଥାନା ଆଇଆଇସିଙ୍କୁ ଏବେ ଜିଲ୍ଲା । ପୁଲିସ ମୁଖ୍ୟାଳୟରେ ଅବସ୍ଥାପିତ କରାଯାଇଛି ।

Related Posts

About The Author

Add Comment