ପୁରୀ, ୧୯/୩ (ସନ୍ଧାନ ନିୟୁଜ/ମଂଟୁ ଭୋଇ) ପୁରୀ ମେଡିକାଲରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଗୋଟିଏ ପଟେ କୋରେନା ପାଇଁ ଏକ ହେଲ୍ପ ଡେକ୍ସ ଖୋଲାଯାଇଥିବା ବେଳେ ସେଠାରେ କୌଣସି କର୍ମଚାରୀ ରହୁନଥିବା ବେଳେ ଆଜି ଜଣେ ଗ୍ୟାସରେ ପୋଡି ହୋଇଯାଇଥିବା ମହିଳାଙ୍କୁ ତୁରନ୍ତ ଚିକିତ୍ସା ମିଳିନଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଗତକାଲି ରାତିରେ ରୋଷେଇ କରୁଥିବା ବେଳେ ଗ୍ୟାସରେ ପୋଡିଯାଇଥିଲେ ଗୋପ ବ୍ଲକ ନାଗପୁର ଗ୍ରାମର ସୁଲୋଚନା ବାରିକ । ପରିବାର ଲୋକେ ତୁରନ୍ତ ତାଙ୍କୁ ଗୋପ ମେଡିକାଲକୁ ନେଇଥିବା ବେଳେ ସେଠାରୁ ଗୁରତର ଭାବେ ତାଙ୍କୁ ପୁରୀ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା । ମାତ୍ର ସେଠାରେ ପଂହଚିବା ପରେ ଦୀର୍ଘ ଘଂଟା ପରିବାର ଲୋକେ ଡାକ୍ତର ନର୍ସକୁ କହିଥିଲେ ମଧ୍ୟ କେହି ଶୁଣିନଥିଲେ । ଦୀର୍ଘ ସମୟ ଧରି ସୁଲୋଚନା ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ କେହିବି ଆହ କରିନଥିଲେ । ଦୀର୍ଘ ସମୟ ପରେ ଚିକିତ୍ସା ହୋଇଥିଲେ ମଧ୍ୟ ଏଥିରେ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଏହାର ତଦନ୍ତ କରାଯିବା ସହିତ କର୍ମଚାରୀଙ୍କ ବିରୁଧରେ କାର୍ଯ୍ୟନୁଷ୍ଠାନ ନେବାକୁ ସାଧରଣରେ ଦାବି ହୋଇଛି ।
ପୁରୀ ମେଡିକାଲରେ ମିଳିଲାନି ତୁରନ୍ତ ଚିକିତ୍ସା; ଦୀର୍ଘଘଂଟା ଧରି ଦୃର୍ଘଟଣାଗ୍ରସ୍ତ ରୋଗୀ ଛଟପଟ
|
March 19, 2020 |