ଯାଜପୁର ସଦର, ୨୦.୭.୨୩//ସନ୍ଧାନ ନ୍ୟୁଜ: ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ କଲ୍ୟାଣପୁର ପଂଚାୟତ ବିରିବାଗ ଗ୍ରାମର ଅଶୋକ ରଣାଙ୍କ ପୁଅ କାର୍ତ୍ତିକ ରଣା ପୁରୀକୁ ଯାଇ ନିଖୋଜ ହେବା ଘଟଣା ଏଠାରେ ଚହଳ ପକାଇଚି । କାର୍ତ୍ତିକକୁ ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ବିଞ୍ଝାରପୁର ଥାନାରେ ଅଭିଯୋଗ କରାଯାଇଥିବା ବେଳେ, ବିଞ୍ଝାରପୁର ଥାନା ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଥିବା ୩ଜଣ ଆସାମୀକୁ ନେଇ ଜେରା କରୁଥିବା ଦେଖିବାକୁ ମିଳିିଚି । କାର୍ତ୍ତିକକୁ ହତ୍ରା କରିବା ପରେ ମୃତଦେହାକୁ କେଉଁଠି ଲୁଚାଇଛନ୍ତି ଯାହା ଫଳରେ ପୋଲିସ ପାଉନଥିବା ବେଳେ ମୃତ ଦେହକୁ ଜବତ କରିବା ପାଇଁ ଏହି ୩ଜଣ ଆସାମୀକୁ ସାଙ୍ଗରେ ନେଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଥିବା ବେଳେ, ଘଟଣାରୁ ପ୍ରକାଶ ଯେ, ଗତମାସ ୧୫ ତାରିଖ ରାତିରେ କାର୍ତ୍ତିକ ସାଙ୍ଗ ମାନଙ୍କ ସହିତ ପୁରୀକୁ ବୁଲିବାକୁ ଯାଇଥିବା ବେଳେ କାର୍ତ୍ତିକର କୌଣସି ପତ୍ତ ମିଳିନଥିଲା । ପରିବାର ସଦସ୍ୟମାନେ ବୋହୁ ଖୋଜା ଖୋଜି କରିବା ପରେ ଜୁନ ୨୧ ତାରିଖରେ କାର୍ତ୍ତିକକୁ ନପାଇବାରୁ ବିଞ୍ଝାରପୁର ଥନାରେ କାର୍ତ୍ତିକ ନିଖୋଜ ଘଟଣାକୁ ନେଇ ଅଭିଯୋଗ କରାଯାଇଥିଲା । ଅଭିଯୋଗକୁ ଭିତ୍ତିକରି ବିଞ୍ଝାରପୁର ପୋଲିସ ଏକ ନିଖୋଜ ମାମଲା ରୁଜୁ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଏହା ମଧ୍ୟରେ ୨୮ ଦିନ ବିତିଯାଇଥିଲେ ମଧ୍ୟ ଯାଜପୁର ଏସଡିପିଓ ସରୋଜ କୁମାର ଉପଧ୍ୟାୟ ବିଞ୍ଝାରପୁର ପୋଲିସ ଏକ ଟିମ କାର୍ତ୍ତିକର ପୋଡ଼ୋଶୀ ଗ୍ରାମର ବିନୋଦ ବେହରାଙ୍କ ପୁଅ ବିକି ବେହେରା କାର୍ତ୍ତିକର ସାଙ୍ଗ ଧୃବ ସାହୁଙ୍କ ପୁଅ ଚନ୍ଦନ ସାହୁଙ୍କୁ ପୋଲିସ ଘରୁ ଉଠାଇ ନେଇଥିଲା । ବିକି ଓ ଚନ୍ଦନକୁ ପୋଲିସ ଜେରା କରୁଥିବା ବେଳେ, କାର୍ତ୍ତିକକୁ ହତ୍ୟ ଘଟଣାକୁ ନେଇ ସ୍ପଷ୍ଟ କରାଯାଇଥିବା ଜଣାଯାଇଚି । ପୂର୍ବ ଶତୃତାକୁ ନେଇ ହତ୍ୟାକରାଯାଇଥିବା ଜଣାଯାଇଚି । କାର୍ତ୍ତିକ ପରିବାର ଏବଂ ଚନ୍ଦନ ପରିବାର ମଧ୍ୟରେ ଝଗଡ଼ା ହୋଇଥିଲା । ଚନ୍ଦନ ଗାଳି ଗୁଲଜ କରିବାକୁ ନେଇ କାର୍ତ୍ତିକର ବାପା ଅଶୋକ ରଣା ଏହାକୁ ବିରୋଧ କରିଥିଲେ । ଏଥିରେ ଚନ୍ଦନ ଉତ୍ତେକ୍ତ ହୋଇ ଅଶୋକକୁ ଆକ୍ରମଣ କରିଥିଲେ । ଚନ୍ଦନ ମୁଣ୍ଡରେ ଆହତ ଲାଗିଥିବା ବେଳେ, କାର୍ତ୍ତିକର ଭାଉଜ ବବିତା ଏବଂ ଭଉଣୀ ନଳିନୀକୁ ସେ ଆକ୍ରମଣ କରିଥିଲା । ଏନେଇ ଉଭୟ ପକ୍ଷ ଥାନାରେ ଅଭିଯୋଗ କରିଥରଲା । ବିଞ୍ଝାରପୁର ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଥିଲେ । ଏହି ଘଟଣାକୁ ନେଇ ଚନ୍ଦନ କାର୍ତ୍ତିକକୁ ଜୀବନରୁ ମାରିଦେବାକୁ ଯୋଜନା କରିଥିଲେ । ଚନ୍ଦନ ପୁରୀ ଯିବାର ଛଳନା କରି କାର୍ତ୍ତିକୁ ଛନ୍ଦି ଦେଇଥିଲା । ବିକି ଏବଂ ଚନ୍ଦନ କାର୍ତ୍ତିକକୁ ହତ୍ୟ କରି ଅଖାରେ ଭର୍ତ୍ତି କରି ଫିଙ୍ଗିଦେଇଥିବା ବେଳେ, କହୁଥିବା ସମୟରେ ରୁଢ଼ିଆ ଅଞ୍ଚଳରେ ଶବକୁ ଫୋପାଡ଼ିଥିବା ଆସାମୀ ମାନେ ଶବକୁ ଫିଙ୍ଗିଥିବା ବେଳେ, ପୋଲିସ ବିକି ଓ ଚନ୍ଦନକୁ ନେଇ କାର୍ତ୍ତିକର ଶବକୁ ଠାବ କରିବାକୁ ଯାଇଥିବା ବେଳେ, କାର୍ତ୍ତିକର ଶବ ରିପୋର୍ଟ ଲେଖା ହେବାବେଳକୁ ମିଳିନଥିବା ଜଣାଯାଇଚି । ଅଭିଯୁକ୍ତ ମାନେ କାର୍ତ୍ତିକକୁ କେଉଁଠାରେ ଫୋପାଡ଼ିଛନ୍ତି ଠିକ ଭାବେ କହୁନଥିବା ବେଳେ, ବିଞ୍ଝାରପୁର ପୋଲିସ ଆସାମୀ ମାନଙ୍କୁ ସାଙ୍ଗରେ ଧରି ଶବ ଜବତ କରିବା ପାଇଁ ଉଦ୍ୟମ ଜାରି ରହିଚି । ଏହି ଘଟଣାକୁ ନେଇ ଯାଜପୁର ଏସଡିପିଓ ସରୋଜ କୁମାର ଉପାଧ୍ୟାୟଙ୍କୁ ପଚାରିବାରୁ ଘଟଣାର ତଦନ୍ତ କରାଯାଉଚି, ଖୁବ ଶିଘ୍ର ହତ୍ୟାକାରୀଙ୍କୁ ଧରାଯିବ ବୋଲି ସୂଚନା ଦେଇଛନ୍ତି । ଏହି ହତ୍ୟା ଘଟଣାରେ ଅନେକଙ୍କ ହାତ ଥିବା ପୋଲିସ ସନ୍ଦେହ କରୁଚି ।
ପୁରୀକୁ କାର୍ତ୍ତିକ ଯାଇଥିବା ବେଳେ, ତାଙ୍କୁ ହତ୍ୟା କରାଯାଇଚି
|
July 20, 2023 |