ଯାଜପୁର ସଦର,୨୬/୧୨/୨୦୨୦ (ସନ୍ଧାନ ନିଉଜ) ଯାଜପୁର ସଦରଥାନା ଅନ୍ତର୍ଗତ ଝାଲପଡ଼ା ପଂଚାୟତ କାକୁଡ଼ିକୁଦ, ନିଳକଣ୍ଠପୁର ସତ୍ୟାସାଇ ଉଚ୍ଚ ବିଦ୍ୟାଳୟର ୧୯୯୪ ମହିହା ମାଟ୍ରିକ୍ ବ୍ୟାଚର ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଟିତ କରାଯାଇଥିଲା । ଏହି ଅବସରରେ ପ୍ରମୋଦ ସାହୁଙ୍କ ଅଧକ୍ଷତାରେ ସତ୍ୟସାଇ ପଡ଼ିଆଠାରେ ବନ୍ଧୁମିଳନ ଅନୁଷ୍ଟିତ ହୋଇଥିଲା । ବିଦ୍ୟାଳୟର ପୂର୍ବତନ ଛାତ୍ରମାନେ ଯୋଗଦେଇଥିବା ବେଳେ, ସାଙ୍ଗ ମାନଙ୍କ ମଧ୍ୟରେ ଆନନ୍ଦ ଉଲ୍ଲାସ ଭରିଯାଇଥିଲା । ଏହି କାର୍ଯ୍ୟକର୍ମକୁ ଦିଲ୍ଲିପ ଜେନା, ମୃତୁ୍ୟଞ୍ଜୟ ପତି, ଅରୁଣ ପତି, ଉତ୍ତମ ପରିଡ଼ା, ବିଷ୍ଣୁ ଧଳ, ଟୁକୁନା ମହାନ୍ତୀ, ବିଶ୍ୱନାଥ ଦାସ, ଶରତ ସେଠୀ, ବଳରାମ ସାହୁ, ସନ୍ତୋଷ ନାୟକ ଏହି ବନ୍ଧୁମିଳନରେ ଉତ୍ସବରେ ଯୋଗଦାନ କରିଥିଲେ ।
ପୁରାତନ ଛାତ୍ରଙ୍କ ବନ୍ଧୁମିଳନ ଦିବସ ଅନୁଷ୍ଟିତ
|
December 27, 2020 |



