ପୁରାତନ ଛାତ୍ରଙ୍କ ପକ୍ଷରୁ ପୂଜ୍ୟପୂଜାଙ୍କୁ ସମ୍ମାନ

Spread the love

ରସୁଲପୁର, ୭/୪ (ସନ୍ଧାନ ନିୟୁଜ) ରସୁଲପୁର ବ୍ଲକ ଅନ୍ତର୍ଗତ ଖ୍ୟାତି ସମ୍ପନ୍ନ ବିଦ୍ୟାଳୟର ପୁରାତନ ଛାତ୍ରାମାନଙ୍କ ପକ୍ଷରୁ ବିଦ୍ୟାଳୟର ପୂଜ୍ୟପଜାଙ୍କୁ ସମ୍ମାନ ଜଣାଯାଇଛି । ଉକ୍ତ କାର୍ଯ୍ୟକ୍ରମରରେ ପ୍ରାକ୍ତନ ପ୍ରଧାନଶିକ୍ଷକ ଜିତେନ୍ଦ୍ର କୁମାର କର, ଶ୍ରୀନିବାସ ମିଶ୍ର, କୈଳାସ ଚନ୍ଦ୍ର ନାୟକ, ରାଜକିଶୋର ପଣ୍ଡା, ମୋହନି ଚରଣ ବାରିକ, ଗୋବିନ୍ଦ ଚନ୍ଦ୍ର ମହାରଣା, ବିଷ୍ଣୁ ଚରଣ ସାହୁ, ଭାଷ୍କର ମିଶ୍ର, ଚନ୍ଦ୍ରମଣୀ ଲେଙ୍କା ପ୍ରମୁଖ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀମାନଙ୍କୁ ମାନପତ୍ର ଓ ଉତ୍ତରଣୀୟ ପ୍ରଦାନକରି ସମ୍ବର୍ଦ୍ଧିତ କରାଯାଇଥିଲା । ବିଦ୍ୟାଳୟର ୧୯୮୯ ବ୍ୟାଚର ୬୦ରୁ ଉର୍ଦ୍ଧ ପୁରାତନ ଛାତ୍ରୀଛାତ୍ରୀ ସହପରିବାରରେ ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ଆଜି ପୂର୍ବାହ୍ନରେ ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀ କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଦିବଂଗତ ଶିକ୍ଷିକାଶିକ୍ଷକମାନଙ୍କ ଉଦେଶ୍ୟରେ ଶ୍ରଦ୍ଧାସୁମ ଅର୍ପଣ କରାଯାଇଥିଲା । ପୁରାତନ ଛାତ୍ରୀଛାତ୍ର ସୁରେନ୍ଦ୍ର କୁମାର ସାହୁ, ପ୍ରଣୟ ମିଶ୍ର, ସୁଶିଳ ସାହୁ, ବିମଳ ମିଶ୍ର, ଅଟଳ ବିହାରୀ ବେହେରା, ଶାସ୍ୱତ ଭାରତ, ପ୍ରମିଳା ପାଣି ପ୍ରମୁଖ ସଭାରେ ଶିକ୍ଷକମାନଙ୍କର ଗୁଣାବଳୀ ସଂପର୍କରେ ମତ ରଖିଥିଲେ । ଏହି ଅବସରରେ ମୋ ସ୍କୁଲ ଅଭିଯାଜନରେ ପୁରାତନ ବିଦ୍ୟାର୍ଥୀମାନଙ୍କ ସହାୟତା କାମନା କରିଥିଲେ । ଉପସ୍ଥିତ ବିଦ୍ୟାର୍ଥୀଗଣ ମୁକ୍ତ ହସ୍ତରେ ବିଦ୍ୟାଳୟ ଉନ୍ନୟନ ପାଇଁ ଅର୍ଥ ଦାନ କରିଥିଲେ । ସୁଦର୍ଶନ ସାହୁ, ଅକ୍ଷୟ ପରିଡା, ବିରେନ୍ଦ୍ର ସିଂ, ଦିଲୀପ ସିଂ, ଭଗବାନ ଲେଙ୍କା, ସୁରଥ ସାହୁ ପ୍ରମୁଖ ବିଦ୍ୟାଳୟର ପରିବେଶକୁ ସ୍ୱଚ୍ଛ ରଖିବା ସହ ପରିବେଶ ଉଦେଶ୍ୟରେ ଗୋଟିଏ ଲେଖାଏଁ ବୃକ୍ଷରୋପଣ ପାଇଁ ଅନୁରୋଧ କରିଥିଲେ । ପୁରାତନ ଛାତ୍ର ସଂସଦ ପକ୍ଷରୁ ବିଦ୍ୟାଳୟକୁ ସ୍ୱଚ୍ଛ ବିନ୍ ପ୍ରଦାନ କରାଯାଇଥିଲା । ଅଧ୍ୟାପିକା ମନ୍ଦାକିନୀ ବଳ ଧନ୍ୟବାଦ ଅର୍ପଣ କରିଥିଲେ । ପୁରାତନ ଛାତ୍ରୀଛାତ୍ରମାନଙ୍କର ପିଲାମାନଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଷଣ କରାଯାଇଥିଲା ।

Related Posts

About The Author

Add Comment