ପୁନଃ ଥଇଥାନ ଦାବିରେ ପାଳଲହଡା ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

Spread the love

ପାଳଲହଡା, ୦୩/୧୨/୨୦ (ସନ୍ଧାନ ନିଉଜ) : ଠିକା ବିଦ୍ୟୁତ କର୍ମଚାରୀଙ୍କୁ ପୁନଃ ଥଇଥାନ ଦାବିରେ ପାଳଲହଡା ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ଠିକା ବିଦ୍ୟୁତ କର୍ମଚାରୀମାନେ ଧାରଣା ଦେଇଛନ୍ତି । ସୂଚନା ଅନୁଯାୟୀ ପ୍ରାୟ ୮ ବର୍ଷ ହେଲାଣି ଏନଜେନ ଏକ ଠିକା ସଂସ୍ଥା ପାଲଲହଡ଼ା ବିଦ୍ୟୁତ ବିଭାଗକୁ ପରିଚାଳନା କରି ଆସୁଥିଲା। ପରିଚାଳନା କରିବା ପାଇଁ ଏନଜେନ କିଛି କର୍ମଚାରୀଙ୍କୁ ନିଯୁକ୍ତ ଦେଇଥିଲା। ୨୦୨୦ ମସିହାରେ ଏନଜେନର ଅବଧି ସରିବା ପରେ ଓଡ଼ିଶା ସରକାର ବର୍ତ୍ତମାନ ଟାଟାକୁ ପରିଚାଳନା କରିବାକୁ ଅନୁମତି ଦେଇଛନ୍ତି। ଫଳରେ ଏନଜେନରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ଟାଟା ଛଟେଇ କରି ଦେଇଥିଲା। ଫଳରେ ପୁନଃ ନିଯୁକ୍ତି ପାଇବା ପାଇଁ ଉପଖଣ୍ଡ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହ କିଛି କର୍ମଚାରୀମାନେ ଆତ୍ମାହୁତି କରିବାକୁ ଉଦ୍ୟମ କରିଥିଲେ। ଘଟଣାସ୍ଥଳରେ ପାଳଲହଡା ପୋଲିସ ପହଞ୍ଚି ଠିକା କର୍ମଚାରୀମାନଙ୍କୁ ବୁଝସୁଝା କରି ପରିସ୍ଥିତିକୁ ନିଜ ଆୟତକୁ ଆଣିଥିଲା।

Related Posts

About The Author

Add Comment