ପୁଣି ୬ କୋଭିଡ଼ ଯୋଦ୍ଧା କରୋନା ପଜିଟିଭ

Spread the love

ମାଣତ୍ରୀ,29/10 (ସନ୍ଧାନ ନ୍ୟୁଜ୍):-  ବଡସାହି ବ୍ଲକରେ କରୋନା ମହାମାରୀ ଦୃତ ଗତିରେ ବଢିବାରେ ଲାଗିଛି । ବଡସାହି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପୁଣି ୬ କୋଭିଡ୍ ଯୋଦ୍ଧା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୨ଜଣ ଡାକ୍ତର ଏବଂ ଅନ୍ୟ ମାନେ କର୍ମଚାରୀ ଅଛନ୍ତି । ଫଳରେ ବଡ଼ସାହି ସିଏଚସି ୨୮ଅକ୍ଟୋବର ସକାଳ ୬ଟାରୁ ୩୦ଅକ୍ଟୋବର ସକାଳ ୬ଟା ପର୍ଯ୍ୟନ୍ତ ଡାକ୍ତରଖାନା ଇନ୍‌ଡୋର ବନ୍ଦ ରହିବା ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ବଡ଼ସାହି ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ତିନି ଦିନରେ ୨୦ଜଣ ସଂକ୍ରମିତ ହୋଇଛନ୍ତି । ସେଥ ମଧ୍ୟରୁ ଆଜି ୨୦ଜଣ ସଂକ୍ରମିତ ମିଶି ୧୩୮୦ଜଣ କରୋନା ପଜିଟିଭ ସଂକ୍ରମିତରେ ପହଁଚିଛି । ବଡ଼ସାହି ବ୍ଲକ ଅଧୀନରେ ଥିବା ବଡ଼ସାହି ପଚୀୟତରୁ ୩ଜଣ, ବଳଭଦ୍ରପୁର ପ ଚାୟ ତ ରୁ ୩ଜଣ, ଶି ଆଳି ଘାଟି, ପଟିସାରୀ, ଶାଳ ଗାଁ, ତାଳପଦା, ଛେଳିଆ (ଏ),ମାଧପୁର, ଚନ୍ଦନପୁର, ସୁହାଗପୁର ପ୍ରଭୂତି ପଟ୍ୟୟତ ମାନଙ୍କରୁ ଜଣେ ଲେଖାଏ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏବେ ସୁଧା ବଡ଼ସାହି ପଚାୟତରୁ ୨୪୬, ମାଣତ୍ରୀ ପଚୀୟତରୁ ୧୧୮, ମାନଗୋବିନ୍ଦପୁର ୬୮, ସାନକେରକ ୭୨,ଗୁଡିଆବନ୍ଦ ୫୫, ଦେଉଳିଆ ୪୯,ତାଳପଦା ୫୦, କେନ୍ଦୁଢିଆ ୪୯, ଯୋଗୀନୂଆ ଗାଁ ୪୧, ଚନ୍ଦନପୁର ୫୨, ବଳଭଦ୍ର ପୁ ର ୪୨, ଦୂର୍ଗ । ପୁର ୪୦,ବିରେଶ୍ୱରପୁର ୪୦,ଉଠାଣୀନୂଆ ଗାଁ ୪୧, ଜାରକାଣୀ ୩୦, ଖାନୁଆ ୪୫, ମାଧପୁର ୨୬, ଯଦୁନାଥପୁର ୪୪,କୋଚିଳାଖୁଣ୍ଟା ୨୪,ଛେଳିଆ (ଏ) ୨୮,ନାଉପାଳ ୩୩, ପଟିସାରୀ ୨୪, ସୁହାଗପୁର ୨୮, ଭୀମିଦା ୨୦,ଶି ଆଳି ଘାଟି ୧୮, ପୂର୍ଣ୍ଣ ଚନ୍ଦ୍ର ପୁର ୨୮,ପ୍ରତାପୁର ୧୯, ପାଉଶିଆ ୧୪, ଶାଳ ଗାଁ ୧୪, ଟଙ୍ଗାଶୋଳରୁ ୨୨ଜଣ ଆଜି ପର୍ଯ୍ୟନ୍ତ ଚିହ୍ନଟ ହୋଇଛନ୍ତି ।

Related Posts

About The Author

Add Comment