ପୁଣି ରାଜ୍ୟରେ କରୋନା ନେଲା ୩ ମୁଣ୍ଡ – ମୃତ୍ୟୁ ସଂଖ୍ୟା ୭୭କୁ ବୃଦ୍ଧି

Spread the love

ଭୁବନେଶ୍ୱର ୧୫/୦୭ (ସନ୍ଧାନ ନିଉଜ) ପୁଣି କରୋନା ନେଇଛି ୩ ମୁଣ୍ଡ। ୩ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୭୭କୁ ବୃଦ୍ଧି ପାଇଛି। ତେବେ ଗଞ୍ଜାମ ଜିଲ୍ଲାରୁ ୨ଜଣ ଏବଂ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।

ଗଞ୍ଜାମ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪, ୬୨୧ [+୨୮୬] ହୋଇଥିବା ବେଳେ ୧, ୮୭୧ [+୨୮୩] ସକ୍ରୀୟ ଆକ୍ରାନ୍ତ ଅଛନ୍ତି ଏବଂ ୨, ୭୦୧ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି ଜିଲ୍ଲାରେ ୪୬ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୩ [+୧] ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ସେହିପରି ଖୋର୍ଦ୍ଦା ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧, ୫୩୦ [+୧୦୭] ହୋଇଥିବା ବେଳେ ୫୩୯ [+୧୦୫] ସକ୍ରୀୟ ଆକ୍ରାନ୍ତ ଅଛନ୍ତି ଏବଂ ୯୭୨ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି ଜିଲ୍ଲାରେ ୧୩ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୬ [+୧] ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଏ ନେଇ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

୨ ଜଣ ଆକ୍ରାନ୍ତଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି। ଅନ୍ୟ କାରଣରୁ ମୃତକଙ୍କ ସଂଖ୍ୟା ୨୪ ହେଲାଣି। ତେବେ ଗଞ୍ଜାମ ଜିଲ୍ଲାରୁ ଜଣେ ଏବଂ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ଅନ୍ୟ କାରଣରୁ।

ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ତିନି ଜଣ କୋଭିଡ ପଜିଟିଭ ରୋଗୀଙ୍କ ମୃତ୍ୟୁ ହୋଇଛି।

୧- ଗଞ୍ଜାମ ଜିଲ୍ଲାର ଜଣେ ୬୫ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ମଧୁମେହରେ ପୀଡିତ ଥିଲେ।

୨- ଭୁବନେଶ୍ୱରର ଜଣେ ୭୨ ବର୍ଷ ବୟସ୍କ ପୁରୁଷ।

୩- ଗଞ୍ଜାମ ଜିଲ୍ଲାର ଜଣେ ୮୬ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ କ୍ରନିକ୍ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

ଅନ୍ୟ କାରଣରୁ ଦୁଇ କୋଭିଡ୍ ପଜିଟିଭ୍ ରୋଗୀଙ୍କ ମୃତ୍ୟୁ ହୋଇଛି

୧- ଗଞ୍ଜାମ ଜିଲ୍ଲାର ଜଣେ ୭୨ ବର୍ଷ ବୟସ୍କ ପୁରୁଷ ଯିଏ ଗୁରୁତର ମସ୍ତିଷ୍କ ଆଘାତ ହେତୁ ଦେହାନ୍ତ ହୋଇଛି।

୨- ଖୋର୍ଦ୍ଧା ଜିଲ୍ଲାର ଜଣେ ୫୨ ବର୍ଷ ବୟସ୍କ ପୁରୁଷ ଯିଏ ବାମ ଭେଣ୍ଟ୍ରିକୁଲାର ଡିସଫଙ୍କସନ ସହିତ କରୋନାରୀ ଧମନୀ ରୋଗ ହେତୁ ଦେହାନ୍ତ ହୋଇଛି।

Source-odiapua

Related Posts

About The Author

Add Comment