କଳିଙ୍ଗ ନଗର/ଜଖପୁରା ୧୮/୦୩ (ସନ୍ଧାନ ନିଉଜ୍/ପ୍ରଶାନ୍ତ ସାମଲ ) ଯାଜପୁର ଜିଲ୍ଲାରେ ଅପରାଧ କମିବାରେ ନା ବି ଧରୁନି । ଆଜିକାଲି ସମୟରେ ଗୋଟିଏ ମହିଳା ହୁଅନ୍ତୁ କି କଲେଜ ପଢୁଆ ଛାତ୍ରୀ ବା କୌଣସି ନାବାଳିକା ହୁଅନ୍ତୁ ଏମାନେଙ୍କ ବାହାର କଥା କୁହନ୍ତୁ ବା ଗାଁ ଗହଳିର କଥା କେତେବେଳେ କେବେହେଲେ ବି ସୁରକ୍ଷିତ ନୁହନ୍ତି ।
ଆଜି ପୁଣି ଏକ ଲଜ୍ୟା ଜନକ ଘଟଣା ସାମ୍ନାକୁ ଆସିଛି ଘଟଣାଟି ଘଟିଛି ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜଖପୁରା ଥାନା ଅଧିନ ପଙ୍କପାଳ ଅଂଚଳରେ । ମିନତୀ (ଛଦ୍ମନାମ) ଘରେ ସେ ରାମଚନ୍ଦ୍ର ପୁର ଥାନା ଅଳତୀ ବାନ୍ଦ ଗଡ଼ାରେ ରେ ବିବାହ କରିଥିଲେ ବିବାହର ତିନି ବର୍ଷ ପରେ କୌଣସି କାରଣ ବଶତଃ ଶାଶୁଘରୁ ଚାଲି ଆସି ଦୀର୍ଘ ୧୩ ବର୍ଷହେବ ବାପଘର ଗ୍ରାମରେ ଗୋଟେ ପୁଅ ଓ ଗୋଟେ ଝିଅକୁ ଧରି ମୁଲ ମଜୁରୀ କରି ଦୁଃଖେ କଷ୍ଟେ ଏକ ଭଙ୍ଗା ଝୁମ୍ପୁଡି ଘରେ ବସବାସ କରୁଛନ୍ତି ।
ଭାଗ୍ୟର ବିଡ଼ମ୍ବନା ଗତ ୬ ତାରିଖ ଶନିବାର ଦିନ ଗ୍ରାମରେ ଘର ପାଖରେ ଅଷ୍ଟପହରି ହେଉଥିବା ବେଳେ ମା ମିନତୀ ଝିଅ ବିନି (ଛଦ୍ମନାମ) (୧୧) ଦୁହେଁ ଅଷ୍ଟ ପହରି ଦେଖିବାକୁ ଯାଇଥିଲେ ଓ ଅଷ୍ଟପହରି ଦେଖିଥିଲେ ଘର ପାଖରେ ହେଉ ଥିବା ବେଳେ ମା ଝିଅକୁ କହିଲେ କି ଆସେ ଘରକୁ ଯିବା ଝିଅ କହିଥିଲାକି ତୁ ଚାଲେ ମୁଁ ପଛରେ ଯିବି ଘର ପାଖରେ ଅଷ୍ଟ ପହରି ହେଉଥିବା ବେଳେ ଘରକୁ ମା ଏକୁଟିଆ ଆସିଥିଲେ ।
ଝିଅ ଆସିବାର ବହୁ ଡେରି ହେବାରୁ କାଇଁ ଏ ପର୍ଯ୍ୟନ୍ତ ଲିଜା ଘରକୁ ଆସିଲାନି କହି ବହୁ ଖୋଜାଖୋଜି କରିଥିଲେ କରିବା ପରେ ପାଇନଥିଲେ । ଅଷ୍ଟପହରିକୁଞ୍ଜ ନିକଟରେଥିବା ଲୋକ ମାନଙ୍କୁ ପଚରା ଉଚାର କରିଥିଲେ ମଧ୍ୟ ଝିଅର କୌଣସି ପତା ପାଇନଥିଲେ । ଗ୍ରାମ ବାସୀଙ୍କ ସହିତ ଖୋଜା ଖୋଜି କରିଥିଲେ ବହୁ ଖୋଜା ଖୋଜି କରିବା ପରେ ଘର ପାଖରୁ କିଛି ବାଟ ଦୂରରେ ଥିବା ଏକ ଘର ପଛ ପାଖରେ ଏକ ଖାଲ ମଧ୍ୟରୁ ଝିଅକୁ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲେ । ପିଡ଼ିତାର ମା କହିବା ଅନୁଯାୟୀ ମୁଁ ଝିଅକୁ ବହୁତ ପଚାର ଉଚାର କରିଥିଲେ ମଧ୍ୟ ମୋ ଝିଅ କିଛି କହିନଥିଲା । ,୪ ,୫,ଦିନ ପରେ ଝିଅକୁ ବହୁତ ପଚାରିଲା ପରେ ତୁ ସେଠି କେମିତି ଗଲୁ ଓ ଚେତା ଶୂନ୍ୟ ହୋଇ କେମିତି ପଡ଼ିଲୁ କହିବାରୁ ଝିଅ ଡରି ଡରି ସବୁ ସତକଥା କହିଥିଲା ।
ପିଡିତାର ମା ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ସେହି ଗ୍ରାମର ସଂଜୟ ଦଳାଇ, ପିତା ଇଶ୍ୱର ଦଳାଇ ମତେ ଅଷ୍ଟପହରି ପୂର୍ବ ଦିନ କହିଲାକି ନାତୁଣୀ ଚାଲେ ହନିମୁନୁ କରିବାପାଇଁ ଯିବା, ମୁଁ ତାକୁ ମନା କରିଥିଲି । ଅଷ୍ଟପହରି ଦିନ ରାତ୍ରି ପ୍ରାୟ ୧୦,୩୦ ସମୟ ହେବ ମୋ ମୁହଁ ଓ ପାଟିରେ ଗାମୁଛା ଗୁଡ଼ାଇ ତା କାନ୍ଧରେ ପକାଇ ଆମ ଗ୍ରାମର ପାଖ ନାଳ ପାଖକୁ ଟେକି ନେଇ ଯାଇ ମତେ ବଳତ୍କାର କରିଥିଲା ମୁଁ ପାଟି କରିବାରୁ ମୋ ପାଟିକି ଚିପି ଧରି କହିଲାକି ଯଦିଓ ଏ ବିଷୟରେ ତୁ କାହାକୁ କିଛି କହିବୁ ତତେ ଜୀବନରୁ ମାରିଦେବି ବୋଲି କହି ଧମକ ଦେଇଥିଲା । ମୁଁ କାଳେ କାହାକୁ କିଛି କହିଲେ ମତେ ମାରି ଦେଵ ସେଥିଲାଗି ମୁଁ ଡରିକି କିଛି କହିନଥିଲି । ଝିଅ ପଖରୁ ଏ ସବୁ କଥା ଶୁଣି ମା ବନିତା ଝିଅକୁ ସାଙ୍ଗରେ ଧରି ତା ୧୬/୦୩/୨୦୨୧ ରେ ଜଖପୁରା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସି ପିଡ଼ିତାର ବୟାନକୁ ଆଧାର କରି କେସ ନମ୍ବର ୨୬/୨୧-ଦଫା,୩୪୧/୩୬୩/୨୯୪/୩୨୩/୩୭୬( ୩)/୫୦୬/୩୪/ଭାରତୀୟ ଆଇନ୍ ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ କରିଛି। ଜଖପୁରା ଥାନା ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ଦଣ୍ଡସେଣା କହିବା ଅନୁଯାୟୀ ଆସାମୀ ସଂଜୟ ଦଳାଇ ଫେରାର ଅଛି ଆଉ ବହୁତ ଶୀଘ୍ର ପୋଲିସି ତାକୁ ଆରେଷ୍ଟ କରି କୋର୍ଟ ଚାଲାଣ କରିବ ବୋଲି ସୂଚନା ଦେଇଛନ୍ତି ।