ପୁଣି ମୋଟା ଅଙ୍କର ଫାଇନ୍ : ଭଦ୍ରକରେ ୩୮,୫୦୦ ଟଙ୍କାର ଜରିମନା ଦେଲେ ଟାଟା ଏସିଇ ଡ୍ରାଇଭର

Spread the love

ଭଦ୍ରକ ୭/୯ (ସନ୍ଧାନ ନିୟୁଜ/ରମେଶ ନାୟକ)-ନୂଆ ଟ୍ରାଫିକ ନିୟମ ଉଲଂଘନ କରି ପୁଣି ମୋଟା ଅଙ୍କର ତଣ୍ଡ ଗଣିଛନ୍ତି ଜଣେ ଡ୍ରାଇଭର । ଭଦ୍ରକ ଜିଲ୍ଲା ଚରମ୍ପାରେ ଟାଟା ଏସିଇ ଡ୍ରାଇଭର ଦେଇଛନ୍ତି ୩୮ ହଜାର ୫ଶହ ଟଙ୍କା ଜରିମନା ।ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ୧ ତାରିଖଠାରୁ ସାରା ଦେଶରେ ଲାଗୁ ହୋଇଛି ନୂଆ ସଡ଼କ ପରିବହନ ଆଇନ । ଟ୍ରାଫିକ୍ ନିୟମ ଅବମାନନା କଲେ ଏଣିକି ୧୦ ଗୁଣା ଅଧିକ ଫାଇନ୍ ଦେବାକୁ ପଡ଼ୁଛି । ଏହି ଆଇନ ସାରା ଦେଳରେ କଡାକଡି କରାଯାଇଥିବା ବେଳେ ଓଡିଶାରେ ମଧ୍ୟ ଏହି ଆଇନକୁ କଡାକଡି ପାଳନ କରାଯାଉଛି ।ଚେକିଂ ବେଳେ ଭଦ୍ରକ ଚରମ୍ପାରେ ଟାଟା ଏସିଇ ଗାଡିକୁ ଅଟକାଇଥିଲେ ଟ୍ରାଫିକ୍ କର୍ମଚାରୀ । ଉକ୍ତ ଟାଟା ଏସିଇ ଗାଡିର ଡ୍ରାଇଭରଙ୍କ ଡ୍ରାଇଭିଂ ଲାଇସେନ୍ସ ନଥିଲା । ଏହାସହ ଗାଡିର ଫିଟ୍‌ନେସ୍ ଓ ଗାଡି ପରମିଟ୍‌ ମଧ୍ୟ ନଥିଲା । ଫଳରେ ମୋଟା ଅଙ୍କର ଚାଲାଣ କାଟିଛନ୍ତି ଟ୍ରାଫିକ୍ ପୋଲିସ । ତାଙ୍କୁ ୩୮ ହଜାର ୫ଶହ ଟଙ୍କା ଜରିମନା ଦେବାକୁ ପଡିଛି ।

Related Posts

About The Author

Add Comment