ଚଣ୍ଡିଖୋଲ, ୦୬/୧୦/୨୦ (ବିମଳ ବେହେରା/ସନ୍ଧାନ ନ୍ୟୁଜ) : ପୁଣି ମାତିଲେ ମାଙ୍କଡ଼ା ମାଫିଆ, ବୈଇରି ଥାନାର ନିଷ୍କ୍ରିୟତା ପାଇଁ କୋଟି କୋଟି ଟଙ୍କାର ରାଜସ୍ୱ ହରିଲୁଟ ହେବାର ଦେଖି ବାକୁ ମିଳୁଛି ।।ଏଥି ନେଇ କଣ ପାଇଁ ଦର୍ପଣ ତହସିଲଦାର,ବୈଇରି ପୋଲିସ୍ ଅଧିକାରୀ ଓ ଶାସକ ଦଳର ନେତା ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ତାହାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହେଉଛି ।।ଅନ୍ୟ ପକ୍ଷରେ କହିବାକୁ ଗଲେ ପଶ୍ଚିମ ବଡଚଣା ର ଲଘୁ ଖଣିଜକୁ ନେଇ ବାରମ୍ବାର ବିରୋଧ ସତ୍ତ୍ଵେ ରାଜ୍ୟରେ ଚାଲିଥିବା ଅମଲା ସରକାର ଗାନ୍ଧୀଙ୍କ ତିନି ମାଙ୍କଡ଼ ପରି ଅଭିନୟ କାହିଁକି ।।ବାସ୍ତବ ଚିତ୍ର ଦେଖିଲେ ଯାହା ଜଣାପଡୁଛି ବାବୁମାନେ କିଛି ହାତ ଗୁଞ୍ଜା ନେଇ ମାଲେମାଲ ହୋଇ ମାଙ୍କଡ଼ା ମାଫିଆଙ୍କୁ ପ୍ରୋତ୍ସାହିତ କରିବା ଭଳି ଲାଗୁଛି ।ନଚେତ୍ ବୈଇରି ଥାନା ଓ ଦର୍ପଣ ତହସିଲର ନାକ ତଳ ବୈଇରି, ଅମିୟଝରୀ, ପାରିଆ,ସମିଆ ଓ ଶାଳପଡା ପଞ୍ଚାୟତର ହରିଲୁଟ ଖବର ଜାଣି ପାରୁ ନାହାନ୍ତି କେମିତି ।।
।।
ପୁଣି ମାତିଲେ ମାଙ୍କଡ଼ା ମାଫିଆ
|
October 6, 2020 |