ଭୁବନେଶ୍ୱର ୨/୪ (ସନ୍ଧାନ ନିୟୁଜ) କଟକ ଲୋକସଭା ପାଇଁ ବହୁ ବିଳମ୍ବରେ ଏବଂ ଅନେକ ଗଣିତ କଷିବା ପରେ ବିଜେଡ଼ି ଲୋକସଭା ପ୍ରାର୍ଥୀ କରିଛି ପୁଣି କଟକର ସାଂସଦ ଭର୍ତ୍ତୃହରି ମହତାବଙ୍କୁ। ୮ ସେପ୍ଟେମ୍ବର ୧୯୫୭ ରେ ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଆଗରପଡ଼ାରେ ଜନ୍ମଗ୍ରହଣ କରିଥିବା ଭର୍ତ୍ତୃହରି ମହତାବ, ବିଜୁ ଜନତା ଦଳରୁ ୧୯୯୮ ସାଧାରଣ ନିର୍ବାଚନରେ ସେ କଟକ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ। ଏହାପରେ ସେ ୧୯୯୯, ୨୦୦୪, ୨୦୦୯ ଓ ୨୦୧୪ରେ ସେହି କଟକରୁ ପୁନର୍ବାର ୫ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୭ ମସିହାରେ ତାଙ୍କୁ ଭାରତର ସଂସଦରେ ପୁରସ୍କୃତ କରାଯାଇଥିଲା । ତାଙ୍କ ବକୃତାରେ ଉତ୍ତମ ପ୍ରଦର୍ଶନ ପାଇଁ ତାଙ୍କ ୨୦୧୭ ଓ ୨୦୧୮ ମସିହାରେ ସଂସଦ ରତ୍ନ ପୁରସ୍କାର ପ୍ରଦାନ କରାଯାଇଥିଲା। ଜଣେ ସୁନାମଧନ୍ୟ ପତ୍ରକାର ଭାବେ ଜଣାଶୁଣା ମହତାବଙ୍କ ଉପରେ ପୁଣି ବିଜୁ ଦନତା ଦଳ ଆସ୍ଥା ପ୍ରକଟ କରିଛି ଏବଂ ତାଙ୍କୁ ବିଜେପିର ପ୍ରାର୍ଥୀ ତଥା ପୂର୍ବତନ ପୋଲିସ୍ ମହାନିର୍ଦ୍ଦେଶକଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିବାକୁ ପଡ଼ିବ।
ପୁଣି କଟକ ବିଜେଡ଼ି ଲୋକସଭା ପ୍ରାର୍ଥୀ ହେଲେ ଭର୍ତ୍ତୃହରି ମହତାବ
|
April 2, 2019 |