ପୀରହାଟ ଅଧିନ ସାହାପୁର ପଞ୍ଚାୟତରେ ଅଜବ ନିୟମ ଅନଶନରେ ବସିଛନ୍ତି ପୁରା ପରିବାର

Spread the love

ଭଦ୍ରକ, 10.02.2021 (ସନ୍ଧାନ ନିଉଜ୍ / ଲିଙ୍ଗରାଜ ପଣ୍ଡା):-  ଭଦ୍ରକ ଜିଲ୍ଲା ପୀରହାଟ ଅଧିନ ସାହାପୁର ପଞ୍ଚାୟତରେ ଅଜବ ନିୟମ। ନିଜ ହକ ପାଇଁ ସୂଚନା ଅଧିକାର ଆଇନ୍‌ ବା ଆର୍‌ଟିଆଇରେ ତଥ୍ୟ ମାଗିଲେ ବୋଲି ଗୋଟିଏ ପରିବାରକୁ ଗାଁରୁ ବାସନ୍ଦ କରାଯାଇଛି। ଏ ନେଇ  ଏହି ପରିବାର ଅନଶନରେ ବସିଛି। ଭଦ୍ରକ ଜିଲ୍ଲା ପୀରହାଟ ଥାନା ଅନ୍ତର୍ଗତ ସାହାପୁର ପଞ୍ଚାୟତର ପ୍ରମିଳା ଦାସଙ୍କ ପରିବାର ରିଲିଫ ଚାଉଳ ପାଇ ନ ଥିଲେ। ତାଙ୍କୁ କାହିଁକି ରିଲିଫ ଚାଉଳ ଦିଆଯାଉ ନାହିଁ ବୋଲି ସେ ସୂଚନା ଅଧିକାର ଆଇନରେ ତଥ୍ୟ ମାଗିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଗ୍ରାମର ଲୋକମାନେ ତାଙ୍କୁ ସାମାଜିକ ସ୍ତରରେ ବାସନ୍ଦ କରିଛନ୍ତି।ଦୀର୍ଘ ୬ ମାସ ହେଲା ସେମାନେ ନିଆଁ, ପାଣି ଠାରୁ ଆରମ୍ଭ କରି ତାଙ୍କୁ ସାମାଜିକ କାର୍ଯ୍ୟକ୍ରମରୁ ବାଛନ୍ଦ କରାଯାଇଛି। ଫଳରେ ସେମାନେ ବହୁ ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି। ତେଣୁ ସେମାନେ ଏହି ବିଷୟରେ ସ୍ଥାନୀୟ ଥାନା, ବ୍ଲକ ପ୍ରଶାସନ ଓ ଜିଲ୍ଲାପାଳଙ୍କୁ ଜଣାଇ ନ୍ୟାୟ ଭିକ୍ଷା କରିଥିଲେ। କିନ୍ତୁ ପ୍ରଶାସନ ପକ୍ଷରୁ ସେମାନଙ୍କୁ ନ୍ୟାୟ ନ ମିଳିବାରୁ  ଶେଷରେ ସେମାନେ ବାଧ୍ୟ୍ୟ ହୋଇ ୬ ଦଫା ଦାବି ନେଇ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଅନଶନରେ ବସିଛନ୍ତି। ଅନ୍ୟପକ୍ଷେ ଭଦ୍ରକ ଜିଲ୍ଲାପାଳ ଜାଣିଲା ପରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ପଠାଇ ସେମାନେ ସମସ୍ୟା ବୁଝିଥିଲେ। ତେବେ ଜିଲ୍ଲା ମଙ୍ଗଳ ଅଧିକାରୀ କହିଛନ୍ତି ସେମାନଙ୍କୁ ତୁରନ୍ତ ନ୍ୟାୟ ଦେବା ପାଇଁ ଭଦ୍ରକ ଏସପିଙ୍କୁ ଲିଖିତ ଆକାରରେ ଜଣାଇବେ।

 

                            

Related Posts

About The Author

Add Comment