ପିଲା ପଢିବେ ସଡ଼କ ସୁରକ୍ଷା ପାଠ

Spread the love

ଭୁବନେଶ୍ୱର,  ୨୯/୧/୨୦ (ସନ୍ଧାନ ନିଉଜ) : ରାସ୍ତାରେ ଯାତାୟାତ ପାଇଁ କଣ ସବୁ ନିୟମ ରହିଛି। କେମିତି ଦୁର୍ଘଟଣା ଘଟିବନି ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଏଣିକି ସେହି ପାଠ ପଢିବେ। ଆଗାମୀ ଶିକ୍ଷାବର୍ଷରୁ ଦଶମ ଶ୍ରେଣୀ ପାଠ୍ୟକ୍ରମରେ ସଡ଼କ ସୁରକ୍ଷା ବିଷୟବସ୍ତୁ ରହିବ। କେମିତି ବିଷୟବସ୍ତୁ ରହିବ ସେ ନେଇ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ ବୋଲି କହିଛନ୍ତି ପରିବହନ କମିଶନର ସଂଜୀବ ପଣ୍ଡା। ଏଥିସହ ରାମେଶ୍ୱରରୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ଜାତୀୟ ରାଜପଥରେ ସିସିଟିଭି ଲାଗିବ ବୋଲି ସେ ସୂଚନା ଦେଇଛନ୍ତି। ଏଠାରେ ଇଂଟିଗ୍ରେଟେଡ୍ ହାଇୱେ ମେନେଜମେଂଟ ସିଷ୍ଟମ ଲାଗୁ ହେବ। ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଲାଗିବ କ୍ୟାମେରା।

ନିର୍ଦ୍ଧାରିତ ବେଗ ଠାରୁ ଯେଉଁମାନେ ଅଧିକ ବେଗରେ ଗାଡ଼ି ଚଳାଇବେ, ହେଲମେଟ ନପିନ୍ଧି ଗାଡ଼ି ଚଳାଇବା ସହିତ ଟ୍ରାଫିକ ନିୟମ ଉଲଂଘନ କଲେ କମ୍ପ୍ୟୁଟର ମାଧ୍ୟମରେ ଅଟୋମେଟିକ ଚାଲାଣ କଟାଯିବ।

Related Posts

About The Author

Add Comment