ପିଡିଏସ ସାମଗ୍ରୀ ହେରଫେର ଘଟଣାରେ ଡିଲର ନିଲମ୍ବିତ

Spread the love

ବାରିପଦା ୩୦/୦୭(ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ପିଡିଏସ ସାମଗ୍ରୀ ହେରଫେର ମାମଲାରେ ବାରିପଦା ଉପଜିଲ୍ଲାପାଳ ପି ଅନ୍ବେଷା ରେକ୍ଲୀ ୧୯ନଂ ଓ୍ବାର୍ଡ ଦାୟିତ୍ଵରେ ଥିବା କଣ୍ଟ୍ରୋଲ ଡିଲର ଲାବଣ୍ୟ ବାରିକଙ୍କୁ ନିଲମ୍ବିତ କରିଛନ୍ତି । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଚିଠି ନଂ ୫୧୩୯ ଅନୁଯାୟୀ ମା’ ସନ୍ତୋଷୀ ମହିଳା ସ୍ଵୟଂସହାୟକ ଗୋଷ୍ଠୀର ସଂପାଦିକା ଲାବଣ୍ୟ ବାଳିକାଙ୍କୁ ୭ ଦିନ ମଧ୍ୟରେ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ଏଥିସହିତ ଇପିଓଏସ ମେସିନ ଏବଂ ଆଇଆରଆଇଏସଏବ ସ୍କାନରକୁ ବାରିପଦା ମ୍ୟୁନିସିପାଲଟିର ମାର୍କେଟିଂ ଇନିସପେକ୍ଟରଙ୍କ ଠାରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ଚଳିତ ମାସରେ ସମସ୍ତ ପିଡିଏସ କୋଟାକୁ ମା’ ସନ୍ତୋଷୀ ମହିଳା ସ୍ଵୟଂସହାୟକ ଗୋଷ୍ଠୀ ଠାରୁ କାଢି ନିଆଯାଇ ୧୫ ନଂ ଓ୍ବାର୍ଡର ମା ପୂର୍ଣ୍ଣିମା ସ୍ବୟଂ ସହାୟକ ଗୋଷ୍ଠୀକୁ ଦାୟିତ୍ଵ ଦିଆଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ ,ପିଡିଏସ ସାମଗ୍ରୀ ବାବଦରେମା’ ସନ୍ତୋଷୀ ମହିଳା ସ୍ଵୟଂସହାୟକ ଗୋଷ୍ଠୀର ସଂପାଦିକା ଲାବନ୍ୟବାରିକଙ୍କ ଏକ ଭିଡ଼ିଓ ଭାଇରାଲ ହୋଇଥିଲା । ଯେଉଁଥିରେ ଏହି ହେରା ଫେରା ମାମଲାରେ ତଳୁ ଉପରଯାଏଁ ମାର୍କେଟିଂ ଅଫିସର ଠୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଯାଏଁ ଭାଗ ରହିଛି ବୋଲି ଶ୍ରୀମତୀ ବାରିକ କହୁଥିବା ଦେଖିବାକୁ ମିଳିଥିଲା । ପିଡିଏସ ସାମଗ୍ରୀ ହେରାଫେର ମାମଲାରେ ଏ ନେଇ ବାରିପଦା ଟାଉନ ଥାନାରେ ମଧ୍ୟ ଅଭିଯୋଗ ହୋଇଥିଲା । ତେବେ ଏହି ଘଟଣା ବାବଦରେ ସହକାରୀ ଯୋଗାଣ ଅଧିକାରୀ ସର୍ବେଶ୍ଵର ନାଏକ ନିଜେ ତଦନ୍ତ କରିବା ପରେ ପିଡିଏସ ସାମଗ୍ରୀ । ବଣ୍ଟନରେ ଅନିୟମିତତା ସାମ୍ନାକୁ ଆସିଥିଲା । ସହକାରୀ ଯୋଗାଣ ଅଧିକାରୀ ସର୍ବେଶ୍ଵର ନାଏକଙ୍କ ତଦନ୍ତ ୧୯ ନଂ ଓ୍ବାର୍ଡର କଣ୍ଟ୍ରୋଲ ଡିଲର ତଥା ମା’ ସନ୍ତୋଷୀ ମହିଳା ସ୍ଵୟଂସହାୟକ ଗୋଷ୍ଠୀର ସଂପାଦିକା ଲାବଣ୍ୟବାରିକଙ୍କୁ ନିଲମ୍ବିତ କରିଛନ୍ତି ।

Related Posts

About The Author

Add Comment