ପିଠାବଟା ଫାଟକ ୩ଘଣ୍ଟା ଅବରୋଧ

Spread the love

ବାରିପଦା, ୨୦/୧୨/୨୦୨୦ (ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା)-ମାସ ମାସ ଧରି ଦାବି ସତ୍ତ୍ୱେ ଲୁଲୁଙ୍ଗ ରାସ୍ତାକୁମରାମତି କରାଯାଉ ନ ଥିବା ପ୍ରତିବାଦରେ ଆଜି ସକାଳୁ ସ୍ଥାନୀୟ ଗ୍ରାମବାସୀଙ୍କ ପକ୍ଷରୁ ଦେଢ ଶହରୁ ଉଦ୍ଧ‌ ମହିଳା ଦୀର୍ଘ ତିନି ଘଣ୍ଟା ଧରି ଶିମିଳିପାଳ ପ୍ରବେଶ ପାଇଁ ଥିବା ପିଠାବଟା ଫାଟକକୁ ଅବିରୋଧ କରି ରଖୁଥିଲେ । ଫଳରେଲୁଲୁଙ୍ଗ ପଟେ ଶିମିଳିପାଳ ଅଭୟାରଣ୍ୟକୁ ବୁଲିବାକୁ ଯାଇଥିବା ପର୍ଯ୍ୟଟକମାନଙ୍କୁ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡିଥିଲା । ସ୍ଥାନୀୟ ଗ୍ରାମବାସୀ ଲାଲମୋହନ ସିଂ, କୁନା ସିଂ, ଦୀପକ ସିଂ, ଲକ୍ଷ୍ମୀ ମହାନ୍ତ, ରଇବାରୀ ମହାନ୍ତ ପ୍ରମୁଖଙ୍କ ନେତୃତ୍ବରେ ଏହି ରାସ୍ତା ଅବରୋଧ କରାଯାଇଥିବା ସହ ଲୁଲୁଙ୍ଗ ରାସ୍ତାକୁ ସଂପ୍ରସାରଣ କରିବା ସହିତ ରାସ୍ତାଗୁଡିକୁପିବୁ କରିବା ଭଙ୍ଗା ପୋଲଗୁଡିକର ମରାମତି ଏବଂ ଜଙ୍ଗଲ ଯିବା ପାଇଁ ରାସ୍ତାତିଆରି କରିବା ଆଦି ଦାବି ପୂରଣ କରିବାକୁ ଅଡି ବସିଥିଲେ। ଏପରିକି ଜିଲାରେ ବିଭିନ୍ନ ଐତିହ୍ୟ ଓ ପର୍ଯ୍ୟଟନସ୍ଥଳର ଆକର୍ଷଣ ବୃଦ୍ଧି ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟକରୁଥିବା ବେଳେ ଜିଲ୍ଲାର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳ ହେଉଛି ଲୁଲୁଙ୍ଗ । ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ଶହ ଶହ ପରିବେଶପ୍ରେମୀଙ୍କ ସୁଅ ଛୁଟିଥାଏ ହେଲେ ଦୀପ ତଳ ଅନ୍ଧାର ଭଳି ସେଠାକାରଘଟଣାସ୍ଥଳରେ ସଦର ଏସଡ଼ିପିଓ ତହସିଲଦାର ଓ ଅନ୍ୟାନ୍ୟ ପ୍ରଶାସନିକ ଅକାରୀ ପହଞ୍ଚି ଅଂଚଳବାସୀଙ୍କୁ ବୁଝାସୁଝାକରିବା ସହ ଅତିଶୀଘ୍ର ସେମାନଙ୍କ ଦାବିଗୁଡିକ ଉପରେ କାର୍ଯ୍ୟକାରୀ କରାଯିବାର ପ୍ରତିଶ୍ରୁତି ଦେବା ପରେ ରାସ୍ତାଅବରୋଧ ପ୍ରତ୍ୟାହୃତ ହୋଇଥିଲା ।

Related Posts

About The Author

Add Comment