କୋରାପୁଟ, ୨୮/୧୨/୨୦୧୧ (ସନ୍ଧାନ ନିଉଜ) : କୋରାପୁଟ ଜିଲ୍ଲା ଏବେ ଗଞ୍ଜେଇ ହବ୍ ପାଲଟିଥିବା ବେଳେ ଏଠାରେ ବେଧଡକ୍ ଭାବରେ ଚାଲିଛି ବେଆଇନ୍ ସବୁଜ ଜହର କାରବାର । ପ୍ରତିଦିନ ଏଠାରୁ କ୍ୱିଣ୍ଟାଲ କ୍ୱିଣ୍ଟାଲ ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ କରାଯାଉଛି ଯାହା ବର୍ତ୍ତମାନ ରାଜ୍ୟ ପୋଲିସ୍ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହୋଇ ଛିଡା ହୋଇଛି । ଗତକାଲି ବିଳମ୍ବିତ ରାତିରେ କୋରାପୁଟ ନନ୍ଦପୁର ଅଞ୍ଚଳରେ ଏକ ପିକ୍ଅପ୍ ଭ୍ୟାନ ଯୋଗେ ୨କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ଗଞ୍ଜେଇ ଚାଲାଣ କରାଯାଉଥିବା ବେଳେ ପୋଲିସ୍ ହାତରେ ଧରାପଡିଛି । ସୂଚନା ଅନୂସାରେ ନନ୍ଦପୁର ଅଞ୍ଚଳରେ ପୋଲିସ୍ ପେଟ୍ରୋଲିଂ କରୁଥିବା ସମୟରେ ସନ୍ଦେହ ପ୍ରକାଶ କରି ପିକ୍ଅପ୍ ଭ୍ୟାନକୁ ଅଟକାଇ ସର୍ଚ୍ଚ କରିବା ପରେ ପୁରା ଘଟଣା ଉପରୁ ପରଦା ଉଠିଥିଲା । ସେହି ଗାଡିରେ ପ୍ଲାଷ୍ଟିକ୍ ବସ୍ତାରେ ପାଖାପାଖି ୨୦୫ କେଜି ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ କରାଯାଉଥିଲା । ଯାହାର ଆନୁମାନିକ ବଜାର ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଏହି ମାମଲାରେ ପୋଲିସ୍ ୨ ଜଣଙ୍କୁ ଗିରଫ କରିଥିବା ବେଳେ ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ଦୁଇ ଜଣ ଗଟଣାସ୍ଥଳରୁ ଖସିଯାଇଥିବା ଜଣାପଡିଛି ।
ପିକ୍ଅପ୍ ଭ୍ୟାନ ଯୋଗେ ରାତିରେ ଚାଲାଣ କରାଯାଉଥିଲା ଗଞ୍ଜେଇ, ମାଡି ବସିଲା ପୋଲିସ୍
|
December 28, 2021 |



