ଭୁବନେଶ୍ଵର ୨୨/୦୨ (ସନ୍ଧାନ ନିୟୁଜ): ସୁବର୍ଣ୍ଣପୁର ଜିଲ୍ଲାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପିକ୍ଅପ୍ ଭ୍ୟାନ୍-ଟ୍ରକ୍ ଧକ୍କା ହେବାରୁ ତିନିଜଣଙ୍କ ଜୀବନ ଯାଇଛି। ମୃତକମାନେ ହେଲେ ଖେମାଲୋଏ ଗାଁର ତେଜରାଜ ବାଗ, ଉତ୍ତମ ଡଙ୍ଗରିଆ ଓ ଝାରବାହଲି ଗାଁର ବାବୁଲା ମହାକୁଡ଼।
ଖବର ଅନୁଯାୟୀ ଗତକାଲି ସନ୍ଧ୍ୟାରେ ଖେମାଲୋଏ ଗାଁରୁ ଏକ ବ୍ୟାଣ୍ଡ୍ ପାର୍ଟି ଦଳ ପିକ୍ଅପ୍ ଭ୍ୟାନ୍ରେ ରାମପୁର ରୁଷୁଡା ଯାଉଥିଲେ। ସୋନପୁର-ସମ୍ବଲପୁର ରାସ୍ତାର ମେଟାକାନୀ ନିକଟରେ ସାମ୍ନା ପଟୁ ଆସୁଥିବା ଏକ ଟ୍ରକ୍ ସହ ପିକ୍ଅପ୍ ଭ୍ୟାନ୍ଟି ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ତେଜରାଜ ଓ ଉତ୍ତମଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୮ ଜଣ ଗାଡ଼ି ଭିତରେ ଚାପି ହୋଇ ରହିଯାଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିର ଡୋର୍ କାଟି ସମସ୍ତଙ୍କୁ ଉଦ୍ଧାର କରିଥିଲେ।



