କେନ୍ଦୁଝର, ୧୯/୦୩ (ସନ୍ଧାନ ନିୟୁଜ): କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ନୟାକୋଟ ଥାନା ଅନ୍ତର୍ଗତ କଲଣ୍ଡା ଗାଁରେ ପୁତୁରାର ଠେଙ୍ଗା ମାଡ଼ରେ ପିଉସୀର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ମହିଳାଙ୍କ ନାଁ ରାଇବାରୀ ଦେହୁରୀ ହୋଇଥିବା ବେଳେ ଅଭିଯୁକ୍ତ ପୁତୁରାର ଶ୍ରୀକାନ୍ତ ଦେହୁରୀ ବୋଲି ଜଣାପଡିଛି ।
ସୂଚନାନୁଯାୟୀ, ରାଇବାରୀ ତାଙ୍କ ଘର ପାଖରେ ଏକ ବଗିଚା କରିଥିଲେ। ହେଲେ ଅନେକ ସମୟରେ ତାଙ୍କ ପୁତୁରା ଶ୍ରୀକାନ୍ତଙ୍କ ଛେଳି ବଗିଚାରେ ପଶି ଗଛ ସବୁ ଖାଇ ଦେଉଥିଲେ। ଏହାକୁ କେନ୍ଦ୍ର କରି ବହୁ ସମୟରେ ପିଉସୀ ଓ ପୁତୁରାଙ୍କ ମଧ୍ୟରେ ଝଗଡ଼ା ହେଉଥିଲା । ଗତକାଲି ଅପରାହ୍ଣରେ ଶ୍ରୀକାନ୍ତଙ୍କ ଛେଳି ରାଇବାରୀଙ୍କ ବଗିଚାରେ ପଶି ଫସଲ ନଷ୍ଟ କରିଥିଲା। ଏହାକୁ ନେଇ ରାଇବାରୀ ଶ୍ରୀକାନ୍ତଙ୍କୁ ଗାଳି କରିଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ଶ୍ରୀକାନ୍ତ ରାଇବାରୀ ଧରିଥିବା ଠେଙ୍ଗାକୁ ଛଡ଼ାଇ ଆଣି ତାଙ୍କୁ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ରାଇବାରୀଙ୍କୁ ପରିବାର ଲୋକେ ବାଂଶପାଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।