ଯାଜପୁର, 21/08/2023: ନିଜର ୨ଦଫା ଦାବି ପୂରଣ କରିବା ପାଇଁ ଦୀର୍ଘ ଦିନରୁ ଦାବି କରି ଆସୁଥିବା ପଂଚାୟତର କାର୍ଯ୍ୟନିର୍ବାହୀ ସଂଘର ଗଣଧାରଣା ୪ଦିନରେ ପଂହଚିଛି । ପୂର୍ବରୁ ୨୦୧୬ ମସିହାରେ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ନିଜର ଦାବି ଜଣାଇଥିଲେ । ସରକାର ସେତେବେଳେ ମଧ୍ୟ ପ୍ରତିଶୃତି ଦେଇ ଆଉ ତାହାକୁ ପାଳନ କରିନଥିଲେ । ସେବେଠାରୁ ପ୍ରତିବର୍ଷ ସରକାରଙ୍କୁ ଦାବି ଜଣାଇ ଆସୁଥିଲେ ମଧ୍ୟ ଏପ୍ରର୍ଯ୍ୟନ୍ତ ରାଜ୍ୟ ସରକାର ସେମାନଙ୍କର କୌଣସି ଗୋଟିଏବି ଦାବି ପୂରଣ କରିନାହାନ୍ତି । ଫଳରେ ପୁଣି ଥରେ ସରକାରଙ୍କ ନିଜର ଦାବି ଶିକ୍ଷାଗତ ଯୋଗ୍ୟତାରେ ପରିବର୍ତ୍ତନ କରି ଯୁକ୍ତ ୩ କରିବା, ମୂଳ ଦରମା ହାର ୫ରୁ ବୃଦ୍ଧି କରି ସ୍କେଲ ପେ ୯ କରିବା, ସେମାନଙ୍କୁ କ୍ୟାଡର ଭୁକ୍ତ କରିବା ସହିତ ଶତପତ୍ରିଶତ ପ୍ରୋମୋସନ କରିବା ଆଦି ଦାବି ରଖାଯାଇଛି । ଏହି ଦାବି ହାସଲ ପାଇଁ ପ୍ରଥମେ ଅଗଷ୍ଟ କଳବ୍ୟାଚ ପରିଧାନ କରି କାର୍ଯ୍ୟ କରିଥିଲେ । ପରେ ୧୭ ତାରିଖରୁ ସମସ୍ତ ପିଇଓ ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରି ଜିଲ୍ଲାପାଳ କାର୍ଯ୍ୟଳୟ ନିକଟରେ ଗଣଧାରଣାରେ ବସିଛନ୍ତି । ଯଦିସରକାର ଦାବି ନଶୁଣନ୍ତି ତେବେ ଧାରଣା ଚାଲୁ ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଅନ୍ୟ ପଟରେ ରାଜ୍ୟର ବିଭିନ୍ନ ପଂଚାୟତରେ ଅଚଳାବସ୍ଥା ସୃଷ୍ଟି ହୋଇଛି । ପଂଚାୟତରେ ପାଇବାକୁ ଥିବା ପେସସନ ହିତାଧିକାରୀ ମାନେ ପେନସନ ପାଇପାରନାହାନ୍ତି । ସେହିଭଳି କେନ୍ଦ୍ରୀୟ ଅର୍ଥ କମିସନ ଏବଂ ରାଜ୍ୟ ଅର୍ଥ କମିଶନର ଅର୍ଥରାଶି ଖର୍ଚ୍ଚ ହୋଇପାରୁନାହିଁ । ନରେଗାରେୀ ମଜୁରୀ ହାର ପ୍ରଦାନ କରାଯାଇପାରୁନାହିଁ । ପ୍ରଧାନମନ୍ତ୍ରୀ ଆବାସା ଯୋଜନା ଏବଂ ମୋ ଘର ଯୋଜନାର ମନ୍ଥର ହୋଇଯାଇଛି । ବିଭିନ୍ନ ବିଭାଗରୁ ଆସିଥିବା ଜନଶୁଣାଣୀ, ଆରଟିଆଇ କାର୍ଯ୍ୟ ମଧ୍ୟ ବନ୍ଦ ହୋଇପଡିଛି । ସେହିଭଳି ହରିଶ୍ଚନ୍ଦ୍ର ସହାୟତା ରାଶି ମଧ୍ୟ ଗରିବ ମାନଙ୍କୁ ମିଳିପାରୁନାହିଁ । ଏଭଳି ପଂଚାୟତରେ ହେଉଥିବା ସମସ୍ତ କାର୍ଯ୍ୟ ପିଇଓ ମାନଙ୍କ ଆନ୍ଦୋଳନ ଯୋଗୁ ପଡି ରହିଛି । ତୁରନ୍ତ ସରକାର ତାଙ୍କର ଦାବି ମାନି ନେବାକୁ ସାଧରଣଜନତା ଏବଂ ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି ।
ପିଇଓ ମାନଙ୍କ ଗଣଧାରଣ ଜାରି, ପଂଚାୟତର ବିଭିନ୍ନ କାର୍ଯ୍ୟରେ ଅଚଳାବସ୍ଥା
|
August 21, 2023 |
![](https://sandhannews.com/wp-content/uploads/2023/08/PEO12.jpeg)