ପାହାଡ଼ ଉପରୁ ଦହିବରା ବିକାଳୀଙ୍କ ଶବ ଉଦ୍ଧାର: ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ 

Spread the love

କନ୍ଧମାଳ, ତା, ୦୮/୨୫: (ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନ ସ୍ଥିତ ଦଧିବାମନ ସାହିର ଦହିବରା ବିକାଳୀ ଦାଶରଥି ସାହୁଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ସୂଚନା ଯୋଗ୍ୟ ଯେ, ଦାଶରଥୀ ଫେବୃଆରୀ ୧ ରେ ଦହିବରା ବିକ୍ରି କରିବାକୁ ପୁରୁଣା କଟକ ଯିବେ ବୋଲି ଜଣେ ସାଙ୍ଗକୁ କହି ଯାଇଥିଲେ । ତେବେ ବିଳମ୍ବିତ ରାତି ଯାଏଁ ନ ଫେରିବା ଓ ମୋବାଇଲ ଫୋନ ସୁଇଚ ଅଫ ଥ‌ିବା ଫଳରେ ପରିବାର ଲୋକେ ଖୋଜାଖୋଜି କରି ନ ମିଳିବାରୁ ସଦର ଥାନାରେ ନିଖୋଜ ରିପୋର୍ଟ ଦେଇଥିଲେ । ତେବେ ଶୁକ୍ରବାର ସର୍ଷଗୁଡାର କିଛି ଯୁବକ ଓଡି-୦୨ –ବିଏମ-୭୦୫୦ ନମ୍ବର ବିଶିଷ୍ଟ ଏକ ଲୁନା ମୋପେଡ ସପ୍ତାହେ ହେଲା ପଡ଼ିଥିବା ନେଇ ପରିବାର ଲୋକଙ୍କୁ ଜଣାଇଥିଲେ । ଫଳରେ ପରିବାର ଲୋକେ ବହୁତ ଖୋଜାଖୋଜି କରିବାପରେ ପାହାଡ଼ ଉପରେ ହାତ ଗୋଡ଼ ନ’ ଥିବା ଦାଶରଥି ଙ୍କ ମୃତ ଦେହ ପାଇଥିଲେ । ଏ ନେଇ ସଦର ଥାନାକୁ ଜଣାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି | ତଦନ୍ତ ପରେ ସବୁ ସୃଷ୍ଟ ହେବ ବୋଲି ପୋଲିସ କହିଛି । ତେବେ ତଦନ୍ତ ସଠିକ ଢଙ୍ଗ ରେ ହେଉନଥିବା ବିଷୟ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

Related Posts

About The Author

Add Comment