ତିହିଡ଼ି ବ୍ଲକ ୮/୨/୨୬ (ସନ୍ଧାନ ନ୍ୟୁଜ) ଅନ୍ତର୍ଗତ ପାଳିଆ ବିନ୍ଧା ପଞ୍ଚାୟତ ବିଜେପି ପରିବାର ତାର ନୂଆ ପଞ୍ଚାୟତ ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ ପଲେଇ ଙ୍କୁ ନିର୍ବାଚିତ କରିଛି। ଶ୍ରୀଯୁକ୍ତ ପ୍ରଶାନ୍ତ ପଲେଇ ଏକାଧାର ରେ ଜଣେ ଜଣାଶୁଣା ପର ଉପକାରୀ ମଣିଷ। ବାଲ୍ୟ କାଳ ରୁ ରାଜନୀତି ପ୍ରତି ରୁଚିରଖିଥିବା ଶ୍ରୀଯୁକ୍ତ ପଲେଇ ବିଜୁ ଜନତା ଦଳର ଜଣେ ଦୃଢ ସମର୍ଥକ ଥିଲେ। ନିଜର ସ୍ୱାଭିମାନ ଯୋଗୁଁ ସେ ବିଜୁ ଜନତା ଦଳ ଛାଡ଼ି ବିଜେପି ରେ ଯୋଗ ଦେଇଥିଲେ। ଧାମନଗର ବିଧାୟକ , ତଥା ଉଚ୍ଚ ଶିକ୍ଷା ମନ୍ତ୍ରୀ ସୁରଜ୍ ସୂର୍ଯ୍ୟବଂଶୀ ଙ୍କ ବିଶ୍ୱାସ କୁ ଜୟ କରି ସେ ଲୋକ ଙ୍କ ହୃଦୟ ଜିଣି ଜଣେ ଶ୍ରେଷ୍ଠସମାଜ ସେବୀ ରୁପେ କାର୍ଯ୍ୟ ରତ। ନୂଆ ସଭାପତି ହେବା ପରେ ଶ୍ରୀଯୁକ୍ତ ପ୍ରଶାନ୍ତ ପଲେଇ ଙ୍କ ପାଖକୁ ପ୍ରଶଂସା ର ସୁଅ ଛୁଟିଛି। ତିହିଡ଼ି ବ୍ଲକ ର ଯୁବ ନେତା ଶ୍ରୀଯୁକ୍ତ ଉଷାକାନ୍ତ ନାୟକ ତାଙ୍କ ଅଭିନନ୍ଦନ ବାର୍ତ୍ତା ରେ ପ୍ରଶାନ୍ତ ପଲେଇ ଙ୍କୁ ଜଣେ ଦୃଢ ସଂଗଠକ ବୋଲି ମତ ଦେଇଛନ୍ତି। ମାନ୍ୟବର ଉଚ୍ଚ ଶିକ୍ଷା ମନ୍ତ୍ରୀ ସୁରଜ୍ ସୂର୍ଯ୍ୟବଂଶୀ ତାଙ୍କ ବାର୍ତ୍ତା ରେ ପ୍ରଶାନ୍ତ ପଲେଇ ଙ୍କ ନେତୃତ୍ୱ ରେ ପଳିଆ ବିନ୍ଧା ପଞ୍ଚାୟତ ର ବ୍ୟାପକ ବିକାଶ ହେବ ବୋଲି ମତ ଦେଇଛନ୍ତି। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ।
ପାଳିଆ ବିନ୍ଧା ପଞ୍ଚାୟତ ବିଜେପି ପରିବାର ର ନୂଆ ମଙ୍ଗୁଆଳ
|
February 8, 2026 |



