ଯାଜପୁର ସଦର, ୧ /୨/୨୬ (ସନ୍ଧାନ ନ୍ୟୁଜ ) : ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ପାଲଟପୁର ପାଂୟତରେ ୧୦ ବର୍ଷ ମଧ୍ୟରେ ୧୨୦ରୁ ଉର୍ଦ୍ଧ୍ୱ ରୋଗୀ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାଯାଇଚି । ସେମାନେ କିଡନି ରୋଗରେ ପିଡ଼ିତ ହୋଇଥିବା ୧୨ରୁ ଉର୍ଦ୍ଧ୍ୱ ରୋଗୀ ଚିକିତ୍ସିତ ହେଉଛନ୍ତି । ଏନେଇ ଜିଲ୍ଲା ଏବଂ ରାଜ୍ୟରୁ ପଦକ୍ଷେପ ନିଆଯାଇଥିବା ବେଳେ, ପାନୀୟ ଜଳ ପରିକ୍ଷା କରାଯିବାରୁ ୧୨୭ଟି ନଳକୂପ ସରକାରୀ ନଳକୂପର ଜଳ ସଂଗ୍ରହ କରାଯାଇ ପରିକ୍ଷା ପାଇଁ ଭୂବନେଶ୍ୱର ପଠାଯାଇଥିଲା । ଏହାରି ରିପୋର୍ଟ ଆସିବା ପରେ ପ୍ରଶାସନ ପକ୍ଷରୁ ୧୬୦ ନଳକୂପ ମଧ୍ୟରୁ ୯୦ଟି ନଳକୂପକୁ ସିଲ କରାଯାଇଚି । ଏହି ପାଣି ଉପଯୁକ୍ତ ନୁହେଁ ବୋଲି ଏହି ପାଣିକୁ ବ୍ୟବହାର ନକରିବାପାଇଁ ପରାମର୍ଶ ଦିଆଯାଇଚି । ରିପୋର୍ଟ ଆସିବାପରେ ପଂଚାୟତର ସ୍ଥିତି ସର୍ମ୍ପକରେ ଜଣାପଡିଚି । ୯୦ଟି ନଳକୂପକୁ ଉପଯୁକ୍ତ ହୋଇନଥିବାରୁ ଏହି ପାଣିକୁ ବ୍ୟବହାର କରିବା ଦ୍ୱାରା କର୍କଟ, କିଡନି ରୋଗ ହେଉଚି । ୧୦ବର୍ଷ ମଧ୍ୟରେ ଏହି ପାଣିକୁ ବ୍ୟବହାର ୧୨୦ରୁ ଅଧିକ ମୃତୁ ହୋଇଚି । କିଛି ଲୋକ ରୋଗରେ ପଡ଼ି ପ୍ରଶାସନ ପକ୍ଷରୁ ସ୍ୱଚ୍ଛ ପାନୀୟ ଜଳ ଦେବା ପାଇଁ ଦାବିକରାଯାଉଚି ।
ପାଲଟପୁରରେ କର୍କଟ ରୋଗୀ ୯୦ ନଳକୂପ ସିଲ ହେଲା
|
February 1, 2026 |



