ବଲାଙ୍ଗୀର, ୦୮.୦୨.୨୦୨୧(ସନ୍ଧାନ ନିଉଜ୍):- ପାରିବାରିକ କହଳରୁ ଗଣ୍ଡଗୋଳ, ୫ ଆହତ। ବାହାଘର ଭାଙ୍ଗିଯିବାରୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହି ଗଣ୍ଡଗୋଳରେ ୫ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। ତୁଷୁରା ଥାନା ଗୁଡଭେଲା ବ୍ଲକ ପେନ୍ଦିମୁଣ୍ଡାରେ ଏହି ଘଟଣା ଘଟିଛି। ବାହାଘର ଭାଙ୍ଗିଯିବାରୁ ଏହି ଗଣ୍ଡଗୋଳ ଆରମ୍ଭ ହୋଇଥିବା ସୂଚନା ମିଳିଛି। ତୁଷୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ପାରିବାରିକ କହଳରୁ ଗଣ୍ଡଗୋଳ, ୫ ଆହତ
|
February 8, 2021 |
