ପାରିବାରିକ କଳହ କୁ କେନ୍ଦ୍ର କରି ଗଛରେ ରସି ଲଗାଇ ଯୁବକର ଆତ୍ମହତ୍ୟା
ପାରିବାରିକ କଳହ କୁ କେନ୍ଦ୍ର କରି ଗଛରେ ରସି ଲଗାଇ ଯୁବକର ଆତ୍ମହତ୍ୟା
Sandhan News |
May 5, 2021 |
କନ୍ଧମାଳ,୦୫/୦୫.(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): ପାରିବାରିକ କଳହକୁ କେନ୍ଦ୍ର କରି ମହୁଲ ଗଛରେ ରସି ଲଗାଇ ଜଣେ ଯୁବକ ଆତ୍ମହତ୍ୟା କରିଛି l ମୃତକ ଜଣକ ହେଲେ କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ପିଅନପଡା ର ସଞ୍ଜୟ ବିଶିମାଝୀ l ଘଟଣାରୁ ପ୍ରକାଶ ଯେ, ସଞ୍ଜୟଙ୍କ ଘରେ ପ୍ରତ୍ୟେକ ଦିନ ପାରିବାରିକ କଳହ ଚାଲିଥିଲା l କିନ୍ତୁ ଗତ କାଲି ମଧ୍ୟ ପ୍ରତ୍ୟେକ ଦିନ ଭଳି କଳହ ଅତ୍ୟଧିକ ହୋଇଥିବାରୁ ଯୁବକ ଜଣଙ୍କ ମାନସିକ ଭାରସାମ୍ୟ ହରାଇ ବିଳମ୍ବିତ ରାତିରେ ଘରୁ ଚାଲିଯାଇ ଡାକପାଲା ଗ୍ରାମ ର କରଡାକାଣ୍ଡ ଜଙ୍ଗଲ ରେ ଥିବା ଏକ ମହୁଲ ଗଛ ରେ ରସି ଲଗାଇ ଆତ୍ମହତ୍ଯା କରିଥିଲେ l ବୁଧବାର ସକାଳୁ ଗ୍ରାମ ଲୋକ ପାଖ ନଦୀକୁ ଗାଧୋଇବାକୁ ଆସୁଥିବା ବେଳେ ମହୁଲ ଗଛରେ ମୃତ ଦେହ ଝୁଲୁଥିବାର ଦେଖି ପୁଲିସ କୁ ଖବର୍ ଦେଇଥିଲେ l ଫୁଲବାଣୀ ଟାଉନ ପୁଲିସଏନେଇ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ପୋଷ୍ଟମର୍ଟମ କରିବାକୁ ସଦର ମହକୁମା ଡାକ୍ତର ଖାନା କୁ ପଠାଇ ଘଟଣା ର ତଦନ୍ତ କରୁଥିବା ପୋଲିସ କହିଛି l
Related Posts
About The Author