ପାରିବାରିକ କଳହରୁ ଦଉଡି ଦେଇ ଆତ୍ମହତ୍ୟା

Spread the love

ବାଲିଗୁଡା, ୧୧/୦୪ (ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ରାଇକିଆ ଥାନା ଅନ୍ତର୍ଗତ ବାସନ୍ତୀ ପଲ୍ଲୀ ସାହିରେ ଏକ ପାରିବାରିକ କଳହ କାରଣରୁ ଜଣେ ବ୍ୟକ୍ତି ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଟିକାବାଲି ଥାନା ଦଡିଙ୍ଗିଆ ଗ୍ରାମର ରମଣ ଦିଗାଳ(୩୫) ବାସନ୍ତୀ ପଲ୍ଲୀ ସାହିରେ ଏକ ଭଡ଼ାଘରେ ସ୍ତ୍ରୀ ଓ ଦୁଇ ପିଲାଙ୍କ ସହ ରହି ଆସୁଥିଲେ। ସେ ଏକ ଚିକେନ୍ ଦୋକନରେ ରହି କାମକରୁଥିଲେ। କୌଣସି କାରଣରୁ ସ୍ତ୍ରୀ ସହ ଘରେ ଝଗଡ଼ା ହୋଇଥିବା କୁହାଯାଉଛି। ଏଥିଯୋଗୁଁ ସ୍ତ୍ରୀ ତାଙ୍କ ବାପଘରକୁ ଚାଲିଯାଇଥିଲେ। ଏଥିରେ ସେ ତାଙ୍କର ମାନସିକ ଭାରସାମ୍ୟ ହରାଇ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ଶନିବାର ସକାଳୁ ତାଙ୍କ ଶାଳକ ଆହାସ ନାୟକ ସେ ଘରକୁ ଯାଇ ଭିଣୋଇଙ୍କୁ କବାଟ ବାଡ଼େଇ ଡ଼ାକିଥିଲେ। କିନ୍ତୁ କୌଣସି ଉତ୍ତର ମିଳିନଥିଲା। ଏହାପରେ କବାଟ ଠେଲି ଦେଖିଲା ବେଳକୁ ତାଙ୍କ ଭିଣୋଇ ଝୁଲା ଅବସ୍ଥାରେ ରହିଥିବା ଦେଖିବାକୁ ପାଇଥିଲେ। ସେ ଏନେଇ ରାଇକିଆ ଥାନାରେ ସୂଚନା ଦେଇଥିଲେ। ସୂଚନା ପାଇ ଘଟଣାସ୍ଥଳରେ ରାଇକିଆ ଥାନା ଅଧିକାରୀ ତରୁଣ ତପନ ବେହେରା ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୁଲିସ ଶବକୁ ମେଡିକାଲ କୁ ବ୍ୟବଛେଦ ପାଇଁ ପଠାଇଥିଲା । ଏନେଇ ରାଇକିଆ ପୋଲିସ୍ ପକ୍ଷରୁ ୦୪/୨୦୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ପୁଲିସ ପକ୍ଷରୁ କୁହାଯାଇଛି।

Attachments area

Related Posts

About The Author

Add Comment