ଯାଜପୁର, ୨୯/୮(ସନ୍ଧାନ ନ୍ୟୁଜ): ୫ଟି ସଚିବ ଭି.କେ. ପାଣ୍ଡିଆନଙ୍କ ଯାଜପୁର ଗ୍ରସ୍ତକୁ ଜିଲ୍ଳା କଂଗ୍ରେସ କମିଟି ପକ୍ଷରୁ ତୀବ୍ର ବିରୋଧ କରାଯାଇଛି । ଆଜି ଦିବା ୧୧ଘଟିକା ସମୟରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନ୍ ସରକାରୀ ରାଜକୋଶର ଅର୍ଥରେ କୋଟି କୋଟି ଟଙ୍କା ବ୍ୟୟ କରାଯାଇ ଅଗଣତାନ୍ତ୍ରିକ ଗସ୍ତ କାର୍ଯ୍ୟକ୍ରମକୁ ଯାଜପୁର କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାପତି ମନୋଜ ରାଉତ, ବିଧାନସଭା ପ୍ରାର୍ଥୀ ସନ୍ତୋଷ ନନ୍ଦ ଙ୍କ ନେତୃତ୍ୱରେ ଶହ ଶହ ସଂଖ୍ୟାର କଂଗ୍ରେସ୍ କାର୍ଯ୍ୟକର୍ତା, ଯୁବ କଂଗ୍ରେସ୍, ଛାତ୍ର କଂଗ୍ରେସ, ମହିଳା କଂଗ୍ରେସ ଓ ଦଳିତ କଂଗ୍ରେସ ପକ୍ଷରୁ ଏକ ବିଶ୍ୱାଳ ଶୋଭାଯାତ୍ରା ଜିଲ୍ଲା କଂଗ୍ରେସ୍ କାର୍ଯ୍ୟାଳୟଠାରୁ ବାହାରି କଳା ପତାକା ଓ କଳା ପୋଷାକ ପରିଧାନ କରି ପାଣ୍ଡିଆନ୍ ଗୋ-ବ୍ୟାକ୍୍ ସ୍ଳୋଗାନ୍ରେ ସଭାସ୍ଥଳକୁ ଯିବା ସମୟରେ ସ୍ଥାନୀୟ ମେଡ଼ିକାଲ୍ ଛକ ନିକଟରେ ପୋଲିସ ତାଙ୍କୁ ପ୍ରତିରୋଧ କରୁଥିବା ସମୟେ ବିଜେଡ଼ିର ଗୁଣ୍ଡା ବାହିନୀ ୫ଟି ଗଞ୍ଜି ପରିଧାନ କରି ଅତର୍କିତ ଭାବେ ପୋଲିସ୍ ଉପସ୍ଥିତରେ ଆକ୍ରମଣ କରିବାକୁ ମାଡ଼ିଆସିଥିଲେ । କିଛି ସମୟ ଧରି ପୋଲିସ ବିଜେଡ଼ି ଗୁଣ୍ଡାବାହିନୀକୁ ପ୍ରତିରୋଧ କରିଥିଲା । ଯେଉଁମାନେ ଗୁଣ୍ଡା ବାହିନୀରେ ସାମିଲ ଥିଲେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଦ୍ ଧରି କଂଗ୍ରେସ ରାଜ ରାସ୍ତାରେ ବସିଥିଲା । ପୋଲିସ୍ର ବୁଝାସୁଝା ହସ୍ତକ୍ଷେପ ପରେ ଉକ୍ତ ଗୁଣ୍ଡାବାହିନୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ କଂଗ୍ରେସର ଦଳର ସମସ୍ତ କର୍ମୀ ଓ ନେତୃମଣ୍ଡଳୀମାନେ ବିଭିନ୍ନ ସରକାରୀ ବିରୋଧୀ ସ୍ଳୋଗାନ୍ ଦେଇ ସହର ପରିକ୍ରମା କରି ଗାନ୍ଧୀ ପ୍ରତିମୂର୍ତିୀ ନିକଟରେ ପ୍ରତିବାଦ ସଭା କରିଥିଲେ । ପାଣ୍ଡିଆନ୍ଙ୍କ ଅଣଗଣତାନ୍ତ୍ରିକ ଗସ୍ତକୁ କଂଗ୍ରେସ ଦୃଢ଼ ନିନ୍ଦା କରିବା ସହିତ ସରକାରୀ ଅର୍ଥ ଖର୍ଚ୍ଚ କରାଯାଇ ଏଭଳି ପ୍ରକାର ଗସ୍ତ କାର୍ଯ୍ୟକ୍ରମର ହିସାବ ସର୍ବସାଧାରଣରେ ପ୍ରକାଶ କରିବା ପାଇଁ କଂଗ୍ରେସକର୍ମୀମାନେ ଦାବି କରିଛନ୍ତି । ଏହି ବିକ୍ଷୋଭରେ ଦିଗମ୍ବର କର, ବିଷ୍ଣୁ ରାଉତ, ଭାସ୍କର ମହାନ୍ତି, ବିଳାସ ରାଉତରାୟ, ବଳଭଦ୍ର ଦାସ, ଦୁର୍ଯ୍ୟୋଧନ ବେହେରା, ଦିଲ୍ଲୀପ ଦାସ, ସଂଗ୍ରାମ ଯେନା, ଗଦାଧର ଦାସ, ନାରାୟଣ ସାମନ୍ତ, ଆଲୋକ ବେହେରା, ବିଭୂତି ମହାପାତ୍ର, କନକ ରାଉତ, ପ୍ରତିମା କର, ପ୍ରଶାନ୍ତ ସାହୁ, ସନ୍ତୋଷ ବେହେରା, ଉମେଶ ପତି, ଭରତ ବେହେରା, ଉତ୍କଳ ପାଣିଗ୍ରାହୀ, ନିକୁଞ୍ଜ ସାମଲ, ସଂଗ୍ରାମ ସାହାଣୀ, ଗଣେଶ ଦାସ, ବିଦ୍ୟାଧର ବାରିକ, କପିଳେଶ୍ୱର ଦଳେଇ, ଜଗବନ୍ଧୁ ଯେନା, ଅରଜିତ ନାୟକ, ସଂଜୀବ ଦାସ, ଶ୍ୟାମ ସୁନ୍ଦର କର, ଦେବ ପଣ୍ଡା,ବିଜୟ ମହାପାତ୍ର, ଅଶୋକ କୁମାର ଦାସ, ଭରତ ସାହୁ, ରବି ସ୍ୱାଇଁ, ଜଗନ କେତକୀ ସମେତ ଶତାଧିକ କଂଗ୍ରେସ କର୍ମୀ ଆନ୍ଦୋଳନରେ ସାମିଲ ହୋଇଥିଲେ ।
ପାଣ୍ଡିଆନ୍ଙ୍କ ଗ୍ରସ୍ତକୁ କଂଗ୍ରେସ କମିଟିର ତୀବ୍ର ବିରୋଧ
|
August 30, 2023 |