ପାଣି ପାଇପ ଲିକ, ବ୍ୟବସାୟୀ ନୟାନ୍ତ

Spread the love


ରାଉରକେଲା, ୧୨ /୧୨/୨୦୨୦ (ସନ୍ଧାନ ନିଉଜ):  ରାଉରକେଲା ସହର  ସେକ୍ଟର-୨୨  ସ୍ଥିତ ଫୁଡ଼ କୋର୍ଟ ପରିସରରେ ଏକ ପାଣି ପାଇପ ଅଚାନକ ଫାଟିଯିବା ଯୋଗୁ ସେଠାରେ ଉପସ୍ଥିତ ଥିବା ଗ୍ରାହକ ଓ ଅନ୍ୟ ବ୍ୟବସାୟୀ ମାନଙ୍କୁ ସାମାନ୍ୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଉକ୍ତ ପାଇପ ଫାଟିବା ପରେ ସେଠାରୁ ନିର୍ଗତ ଜଳ  ଫୁଡ଼ କୋର୍ଟ ପରିସରରେ ଥିବା କିଛି ଦୋକାନ ଓ ରାସ୍ତା ପାଖକୁ ଚାଲି ଆସିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ ।  ଏହି ପାଇପର ଉପଯୁକ୍ତ ରକ୍ଷଣବେକ୍ଷଣ ଅଭାବରୁ ଏପରି ଘଟିଥାଇ ପାରେ ବୋଲି ଅନୁମାନ କରାଯାଉଛି । ଏକ ଗୁପଚୁପ ଠେଲା ପାଖରେ ଉକ୍ତ ପାଣି ପାଇପଟି ରହିଥିଲା । ଏହି ଫଟା ପାଣି ପାଇପକୁ ଯଥାଶୀଘ୍ର ମରାମତି କରିବାକୁ ଦାବି ହୋଇଛି । 

Related Posts

About The Author

Add Comment