ବାରିପଦା ୧/୯/୨୦(ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):-ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ପ୍ରଭାବରେ ମାଣତ୍ରୀରେ ଥିବା ବାବା କଖାରୁଆ ବୈଦ୍ୟନାଥ ପାଣିରେ ବୁଡିରହିଥିବାର ଦୃଶ୍ୟ ଦେଖୁକୁ ମିଳିଛି । ମନ୍ଦିର ଭିତରେ ୪ଫୁଟରୁ ଅଧିକ ଉଚ୍ଚର ପାଣି ଜମି ରହିଛି । ସେବାୟତ ନୀତି କାନ୍ତ କରିବାରେ ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି । ବାଧ୍ୟ ହୋଇ ଅସ୍ଥାୟୀ ରୋଶେଇଶାଳା ନିର୍ମାଣ କରି ଠାକୁରଙ୍କ ପାଇଁ ସକାଳ ୯ଟାରେ ଖେଚୁଡି ଭୋଗ, ଦିବା ୧୧ଟାରେ ଅରୁଆ ଅଣ୍ଠ, ସନ୍ଧ୍ୟାରେ ମୁହନଭୋଗ, ରାତି ୮ଟାରେ ଖୀରି ପିଠା, ରାତି ୯ଟାରେ ବଡସିଂଘାର ଭୋଗ ପ୍ରସ୍ତୁତ କରି ସେବାୟତ ମାନଙ୍କୁ ରାସ ନୀତିକାନ୍ତ କରିବା ପାଇଁ ପଡିଥିଲା। କଖାରୁଆ ବୈଦ୍ୟନାଥ ପାଣିରେ ବୁଡି ରହିଥିବାରୁ ସେବାୟତ ମାନଙ୍କୁ ନାଟ ମନ୍ଦିରରେ ଭୋଗ ଲଗାଇବା ପାଇଁ ପଡ଼ି ଥିଲା । ସେବାୟତଙ୍କ ନିକଟରୁ ସୂଚନା ମିଳିଛି ପୂର୍ବରୁ ବନ୍ୟା ହେଲେ ମନ୍ଦିର ଭିତରେ ପାଣି ପ୍ରବେଶ କରିଥାଏ । ବନ୍ୟା ପାଣି ଗୋଟିଏ ଦିନରେ ଛାଡି ଯାଏ, କିନ୍ତୁ ଏବେ ପାଣି ମନ୍ଦିର ଭିତରୁ ପାଣି ନିଷ୍କାସନ ହେବାକୁ ୩ଦିନ ସମୟ ଲାଗିବ ବୋଲି କହିଛନ୍ତି । ଏବାବଦରେ ବିଜେଡିର ବରିଷ୍ଠ ନେତା ଅର୍ଜୁନ ଦଳେଇ ଜାଣିବା ପରେ ଠାକୁରଙ୍କ ନିକଟକୁ କି ଭଳି ବନ୍ୟା ପାଣି ପ୍ରବେଶ ନକରିବ ସେଥିପ୍ରତି ଜିଲ୍ଲାପାଳ ଏବଂ ମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନା କରି ଏହାର ସମାଧାନର ରାସ୍ତା ବାହାର କରିବେ ବୋଲି ସେ କହିଛନ୍ତି ।
ପାଣିରେ ବୁଡ଼ିରହିଲେ କଖାରୁଆ ବୈଦ୍ୟନାଥ
|
September 1, 2020 |
