ପାଣିକୋଇଲି ଜିଆରଏସଙ୍କୁ ପୁନଃ ନିଯୁକ୍ତ ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ

Spread the love

ଯାଜପୁର,୨୮/୭ (ସନ୍ଧାନ ନିୟୁଜ/ଅନୀତା ବେହେରା) ଯାଜପୁର ଜିଲ୍ଲାର କୋରେଇ ବ୍ଲକ ପାଣିକୋଇଲି ଜିଆରଏସ ସସ୍ମିତା ବେହେରାଙ୍କୁ ପୁନଃ ନିଯୁକ୍ତ କରିବା ପାଇଁ ଉଚ୍ଚନ୍ୟାୟଳୟ ନିର୍ଦ୍ଦେଶ ଦେଇଛି । ସୂଚନା ମୁତାବକ କାର୍ଯ୍ୟରେ ଅବହେଳା ଦର୍ଶାଇ ଜିଲ୍ଲାପାଳ ତାଙ୍କୁ ଗତ ୧୩. ୧୦. ୨୦୧୮ରେ ସସପେଣ୍ଡ କରିଥିଲେ । ଏହାପରେ ବହୁବାର ଜିଲ୍ଲାପାଳ ଏବଂ ନିଦେ୍ର୍ଧଶକଙ୍କୁ ଭେଟି ନିଜର ଗୁହାରୀ ଜଣାଇଥିଲେ । ମାତ୍ର ତାହା ସଫଳ ହୋଇନଥିଲା । ପରେ ଏହାକୁ ନେଇ ସେ ଉଚ୍ଚନ୍ୟାୟଳୟର କେସ ନଂ ଡବ୍ଲ ପି ସି ୧୦୬୮୩/୨୦୧୯ କରି ଆଶ୍ରୟ ନେଇଥିଲେ । ନ୍ୟାୟଳୟ ଏହାର ବିଚାର କରି ତୁରନ୍ତ ତାଙ୍କୁ ପୁନଃ ନିଯୁକ୍ତ କରିବା ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ଦେଇଛନ୍ତି । ପରେ ସେ ନିର୍ଦ୍ଦେଶକଙ୍କୁ ଭେଟି ଶ୍ରୀଘ ପୁଣିଥରେ କାର୍ଯ୍ୟରେ ଅବସ୍ଥାପତି କରିବା ପାଇଁ ନିବେଦନ କରିଛନ୍ତି ।

Related Posts

About The Author

Add Comment