ବାରିପଦା,୨୮/୧୨/୨୦୨୦(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା): ପାଠ ପଢା ଭୟରେ ଘର ଛାଡ଼ିଥିଲା ନାବାଳକ । କିନ୍ତୁ କୋଲ୍କାତା ଯିବା ବଦଳରେ ପୁରୀରେ ପହଞ୍ଚି ଧରାପଡ଼ିଲା । ଆର୍ପିଏଫ୍ ଟିମ୍ ନାବାଳକକୁ ଧରି ପରିବାରକୁ ହସ୍ତାନ୍ତର କରିଛି । ମିଳିଥିବା ଖବର ଅନୁଯାୟୀ ବାଲୁଗାଁ ଥାନା ଅଧୀନ ଖଲିକୋଟ୍ ଅଞ୍ଚଳର ନାବାଳକ । ସେ ଘରେ ପାଠ ପଢାରେ ଅବହେଳା କରୁଥିବାରୁ ପରିବାର ଲୋକେ ତା‘ ଉପରେ ଚାପ ପକାଉଥିଲେ । ଏଥିରେ ଭୟଭୀତ ହୋଇ ନାବାଳକ ଜଣକ ଘର ଛାଡିଥିଲା । ସେ ବାଲୁଗାଁ ଷ୍ଟେସନ୍ରେ ପହଞ୍ଚି ଟ୍ରେନ୍ରେ ବସିଥିଲା । କିନ୍ତୁ ଟ୍ରେନ୍ ଥିଲା ଅହମ୍ମଦାବାଦ୍-ପୁରୀ ଏକ୍ସପ୍ରେସ୍ । ଟ୍ରେନ୍ ସିଧା ଆସି ପୁରୀରେ ପହଞ୍ଚିଥିଲା । ପୁରୀ ଷ୍ଟେସନ୍ରେ ଓହ୍ଲାଇବା ପରେ ଆର୍ପିଏଫ୍ ଟିମ୍ ତାକୁ ଧରିଥିଲା । ପରେ ନାବାଳକ ଘର ଛାଡିଥିବା କାରଣ କହିଥିଲା । ଏହାପରେ ପରିବାର ଲୋକଙ୍କୁ ଡକାଇ ନାବାଳକକୁ ହସ୍ତାନ୍ତର କରିଥିଲା ଆର୍ପିଏଫ୍ ।
ପାଠ ଭୟରେ ଘର ଛାଡ଼ିଥିଲା ନାବାଳକ: କୋଲ୍କାତା ବଦଳରେ ପହଞ୍ଚିଲା ପୁରୀରେ, ଶେଷରେ ପଡିଗଲା ଧରା
|
December 28, 2020 |
![](https://sandhannews.com/wp-content/uploads/2020/12/line.jpg)