ବାରିପଦା 5/11 (ସନ୍ଧାନ ନ୍ୟୁଜ୍) ବିବାହ ବନ୍ଧନରେ କିଏ କେତେବେଳେ ଯୋଡ଼ି ହେବେ ତାହା ବିଧିର ବିଧନ । ବେଳେବେଳେ କେତେକ ବିବାହ ସାଧାରଣରେ ଆଚମ୍ବିତ କରିଥାଏ । ବୁଧବାର ଏହିପରି ଏକ ବାହାଘର ବାରିପଦା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟିକରିଛି । ସୂଚନା ମୁତାବକ ମୋରଡ଼ା ମାଳିନତା ଗ୍ରାମର ତାପସ କୁମାର ରାଉତ, ଜଳେଶ୍ବରର ହାତଗଡ଼ସ୍ଥିତ କବିତା ସଂ ନାମକ ଜଣେ ମହିଳାଙ୍କୁ ପ୍ରେମ ବିବାହ କରିଛନ୍ତି । ତାପସ ଜଣେ ଶାରୀରିକ ଅକ୍ଷମ ବ୍ୟକ୍ତି ହୋଇଥିଲେ ମଧ୍ୟ ସେ ଜୀବନରେ ହାର ନ ମାନି ନିଜ କର୍ମପଥରେ ଆଗେଇ ଅଞ୍ଚଳର ଜଣେ ଜଣାଶୁଣା ବ୍ୟକ୍ତ ଭାବରେ ପରିଚିତ । କବିତା ଜଣେ ଅନୁସୂଚିତ ଜନଜାତି ଅନ୍ତର୍ଭୁକ୍ତ ଥିବାବେଳେ ତାପସ ସାଧାରଣ ବର୍ଗର ଲୋକ । ତାପସଙ୍କ ଭଳତା ଦୁଇ ଫୁଟ ହୋଇଥିବା ବେଳେ କଳିତାଙ୍କ ଭଳତା ୫ ଫୁଟ ଦୁହିଁଙ୍କ ମଧ୍ୟରେ ଦୀର୍ଘ ତିନି ମାସ ପ୍ରେମ ସମ୍ପର୍କ ଗଢ଼ିବା ପରେ ସେମାନେ ବିବାହ କରିବାକୁ ନିଷ୍ପତି ନେଇଥିଲେ । ତାପସ ହାତିଗଡ଼ ଅଞ୍ଚଳରେ ଏକ ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ ନିମନ୍ତେ ନିଳ ଘକ୍ଟର ଯୋଗେ ପଥର ନେଇ ଯାଇଥିବା ବେଳେ ସେ କଳିତାକୁ ସେଠାରେ ଦେଖୁଥିଲେ ଏବଂ ଦୁହେଁ ଦୁହଁଙ୍କୁ ଫୋନ୍ ଯୋଗେ କଥାବାର୍ତା ଆରମ୍ଭ କରିଥିବା ସେ ପ୍ରକାଶ କରିଛନ୍ତି । ବୁଧବାର ଦିନ ଦୁଇଟା ସମୟରେ ବାରିପଦାସ୍ଥିତ ରାଧାକୃଷ୍ଣ । ମନ୍ଦିରରେ ଦୂକ ବିବାହ କାର୍ଯ୍ୟ ସମାପନ ହୋଇଛି । ବିବାହ କରି ଫେରିବା ପରେ ଏହି ବିରଳ ବର-କନ୍ୟାଙ୍କୁ ଦେଝବା ପାଇଁ ଲୋକଙ୍କ ଗହଳି ଲାଗି ଯାଇଥିଲା । ଏହି ବିବାହ ଘଟଣାକୁ ନେଇ ମୋରୋଡ଼ା ସମେତ ସ୍ଥାନୀୟ ଅଞ୍ଚଳରେ ଖୁସିର ମାହୋଲ ଖେଳିଯାଇଛି ।
ପାଞ୍ଚ ଫୁଟ କନିଆଁକୁ ଦୁଇ ଫୁଟ ବର
|
November 5, 2020 |
